ସୁବାସ ସିଂହ ସଭାପତି
ଭୁବନେଶ୍ୱର,୨୪/୦୮/୨୦୨୬ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ଦଳର ଶ୍ରମିକ ସାମ୍ମୁଖ୍ୟ ସେଲକୁ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟ ନାୟକଙ୍କ ଅନୁମୋଦନ କ୍ରମେ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର ସାଙ୍ଗଠନିକ କାର୍ଯ୍ୟକୁ ଦୃଢ଼ ଏବଂ ସକ୍ରିୟ କରିବା ପାଇଁ କଟକ ନଗରର ମେୟର ସୁବାସ ସିଂହଙ୍କୁ ପୁନଃ ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ଭାବେ ନିଯୁକ୍ତ କରାଯାଇଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇ ପ୍ରକାଶ କରିଛନ୍ତି ଯେ ସୁବାସ ସିଂହ ଆଗାମୀ ଦିନରେ ବିଜୁ ଶ୍ରମିକ ସାମୁଖ୍ୟର କାର୍ଯ୍ୟକ୍ରମ ସମୃଦ୍ଧି ଓ ସଫଳତା ନିମିନ୍ତେ ଅବିରତ ପ୍ରୟାସ କରିବେ । 
ଶ୍ରୀ ପ୍ରଫୁଲ ସାମଲ ଉପଦେଷ୍ଟା, ଶ୍ରୀ ସୁବାସ ଚନ୍ଦ୍ର ସିଂହ ସଭାପତି, ଶ୍ରୀ ନବ କିଶୋର ମହାନ୍ତି କାର୍ଯ୍ୟକାରୀ ସଭାପତି (ହେଡ଼୍ କ୍ୱାଟର), ସର୍ବଶ୍ରୀ ପ୍ରତିରଂଜନ ଘଡ଼େଇ, ବ୍ରଜ କିଶୋର ପ୍ରଧାନ,ଯୋଗେଶ ସିଂହ,ଅନନ୍ତ ନାରାୟଣ ଜେନା,ସ୍ୱରୂପ ଦାସ, ଯୋଗେନ୍ଦ୍ର ସ୍ୱାଇଁ ଓ ଶ୍ରୀମତୀ ରଂଜିତା ସାହୁ ଉପସଭାପତି ଏବଂ ଶ୍ରୀ ଅରିନ୍ଦମ ସାର୍ଖେଲ ସେକ୍ରେଟାରୀ ଜେନେରାଲ ଭାବେ ଦାୟିତ୍ୱ ଦିଆଯାଇଛି ।

