ଅଶୋକ କୁମାର ଜେନା ଜିଲା କଂଗ୍ରେସ ସମ୍ପାଦକ

କେନ୍ଦ୍ରାପଡ଼ା,୧୮/୦୧/୨୦୨୬(ଓଡ଼ିଶା ସମାଚାର)-କଂଗ୍ରେସର ଉଦୀୟମାନ ସଂଗଠକ ଅଶୋକ କୁମାର ଜେନାଙ୍କୁ କେନ୍ଦ୍ରାପଡା ଜିଲା କଂଗ୍ରେସର ସମ୍ପାଦକ ଭାବେ ଦଳ ପକ୍ଷରୁ ମନୋନିତ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଶ୍ରୀ ଜେନାଙ୍କୁ କେନ୍ଦ୍ରାପଡା ଜିଲା କଂଗ୍ରେସର ସମ୍ପାଦକ ଭାବେ ମନୋନିତ କରିଛନ୍ତି ।

ଶ୍ରୀ ଜେନା କଂଗ୍ରେସ ଦଳର ଜଣେ ବଳିଷ୍ଠ ସଂଗଠକ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସହିତ ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ କରିଛନ୍ତି । ଶ୍ରୀ ଜେନାଙ୍କୁ ଦଳର ଜିଲା ସମ୍ପାଦକ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ଶ୍ରୀ ଜେନା ପିସିସି ସଭାପତି ଶ୍ରୀ ଦାସ, ଜିଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଏନେଇ ଶ୍ରୀ ଜେନାଙ୍କୁ ବିଭିନ୍ନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *