ହଂସନାଥ ରାମଲୀଳା ପ୍ରଚାର ପ୍ରସାର ସମିତିର ବାର୍ଷିକୋତ୍ସବ ଓ ରାମଲୀଳା ପରିବେଷଣ 

କଟକ ସଦର ୨୪/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଥିବା ପ୍ରାଚୀନ ଶ୍ରୀ ଶ୍ରୀ ହଂସନାଥ ରାମଲୀଳା ପ୍ରଚାର ପ୍ରସାର ସମିତିର ବାର୍ଷିକୋତ୍ସବ ଗତକାଲି ରବିବାର ରାତିରେ ଉଦଘାଟିତ ହୋଇଛି । ଏହାକୁ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରି ଓଡ଼ିଶୀ ନୃତ୍ୟାଙ୍ଗନା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉଦଘାଟନୀ ରାତିରେ ମାରୁତିଶ୍ରୀ ସ୍ୱର୍ଗତ ରବିନ୍ଦ୍ର ସେଠୀଙ୍କ ରଚିତ ଏଵଂ ବିଶ୍ୱଜିତ୍ ପଟେଲ ଙ୍କ ନିର୍ଦ୍ଦେଶିତ ‘ମୋ କାନ୍ତ ଗଲେ ମୃଗ ମାରି, ସୀତା ଚୋରୀ’ ରାମଲୀଳା ହଂସନାଥ ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା  ।

ଆଜି ଉଦଯାପନୀ ରାତିରେ ‘ହନୁ ହାତେ ମଥାମଣୀ, ସୀତା ଠାଵ’ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି। ବାର୍ଷିକୋତ୍ସବ ଓ ରାମଲୀଳା ପରିଚାଳନାରେ ସମିତିର ସଭାପତି ସୁରେଶ କୁମାର ସାହୁ, ସଂପାଦକ କିଶୋର କୁମାର ପଣ୍ଡାଙ୍କ ସତେତ ତ୍ରିଲୋଚନ ପଣ୍ଡା,ଅରୁଣ କୁମାର ଦାଶ, ବସନ୍ତ କୁମାର ପଣ୍ଡା, ସନ୍ତୋଷ କୁମାର ନାୟକ,ମାନସ କୁମାର ପଣ୍ଡା, ବାଉରୀବନ୍ଧୁ ନାୟକ, ପ୍ରମୋଦ କୁମାର ପତି, ପ୍ରହଲ୍ଲାଦ ସାହୁ, ମୁରଲୀଧର ସାହୁ, ସୁବାସ ଚନ୍ଦ୍ର ପଣ୍ଡା,ମନିନ୍ଦ୍ର ପୃଷ୍ଟି, ସନ୍ତୋଷ କୁମାର ପଣ୍ଡା, ଚନ୍ଦ୍ରକାନ୍ତ ସାହୁ, ଦିଲିପ ଦାଶ ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *