ଭୁବନେଶ୍ୱର,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି (SC) ସେଲ୍ କୁ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର ସାଙ୍ଗଠନିକ କାର୍ଯ୍ୟକୁ ଦୃଢ଼ ଏବଂ ସକ୍ରିୟ କରିବା ପାଇଁ ମହେଶ ସାହୁ (ବରିଷ୍ଠ ସାଧାରଣ ସମ୍ପାଦକ)ଙ୍କୁ ବିଜେଡି ଏସସି ସେଲ ସଭାପତି ଭାବେ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।
କାର୍ଯ୍ୟକାରୀ ସଭାପତି ଭାବେ ଚନ୍ଦ୍ର ସାରଥୀ ବେହେରା, ରାଜେନ୍ଦ୍ର କୁମାର ଦାସ, ଏବଂ ତୁଷାରକାନ୍ତି ବେହେରା ଏବଂ ଉପ-ସଭାପତି ଭାବେ ଡ. ରାଜଶ୍ରୀ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ଡ. ପ୍ରମୋଦ କୁମାର ମଲ୍ଲିକ, ଶର୍ମିଷ୍ଠା ସେଠୀ, ଏବଂ ରଘୁରାମ ପାଡାଲଙ୍କୁ ଦାୟିତ୍ବ ଦିଆଯାଇଛି। ସାଧାରଣ ସମ୍ପାଦକ ଭାବେ ଅଭିମନ୍ୟୁ ସେଠୀ, ମାଧବ ଧଡ଼ା, ସୁଦର୍ଶନ ହରିପାଲ, ନିହାର ରଞ୍ଜନ ବେହେରା, ଡ. ସଞ୍ଜୟ ଦାସ, ଅନୁସୂୟା ପାତ୍ର, ଏବଂ ଲଲିତା ନାୟକଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିପରି ଏସସି ସେଲର ଉପଦେଷ୍ଟା ଭାବେ ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ଗଣେଶ୍ୱର ବେହେରା, ଏବଂ ସ୍ନେହାଙ୍ଗିନୀ ଛୁରିଆ ରହିଛନ୍ତି।
