କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ହବିଷ୍ୟାଳୀ ବ୍ରତ

କେନ୍ଦ୍ରାପଡ଼ା, ୨୩/୧୧/୨୦୨୬ (ଓଡ଼ିଶା ସମାଚାର)- କନ୍ଦ୍ରାପଡା ତୁଳସୀକ୍ଷେତ୍ରରେ କାର୍ତୀକ ପଂଚୁକବ୍ରତର ଆଜି ଥିଲା ଷଷ୍ଠ ଦିବସ । ପ୍ରବଳ ବର୍ଷା ଓ ବାତ୍ୟା ଅକଭାନର ପ୍ରକୋପରେ ହବିଷ୍ୟାଳୀ ମାମାନେ ପ୍ରଥମେ ଭୟଭିତ ହୋଇପଡିଥିଲେ ବି ସେମାନଙ୍କ ମନୋବଳ ଦୃଢ ଥିବା ବେଳେ ନିଷ୍ଠା ଓ କାଷ୍ଟା ଭିତରେ ଏହି ବ୍ରତ ପାଳନ କରୁଥିବାରୁ ସମସ୍ତେ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଶରଣରେ ଥିବାରୁ ବିପଦ ଟଳିଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମା’ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଶ୍ରୀଜୀଉଙ୍କ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ସହଯୋଗ ଯୋଗୁଁ ସମସ୍ତ କାର୍ଯ୍ୟ ସୂଚାରୁରୂପେ ଚାଲିଛି ।

ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ ଏଭଳି ମହତ କାର୍ଯ୍ୟ କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦ୍ରୌପଦୀ ରାଉତ,ସୁଦର୍ଶନ ଜେନା, ପଦ୍ମନାଭ ରାଉତ, ପୁପୁନ ସ୍ୱାଇଁ, ଦିବ୍ୟରଞ୍ଜନ ସାହୁ, ଲଳିତ ସାହୁ, ଶଶାଙ୍କ ଜେନା, ମାଧବ ସ୍ୱାଇଁ, ଅଭିଜିତ ବେହେରା, ଦିବାକର ସାହୁ, ଅମୀୟ ପଣ୍ଡା, ବନଜା ରାଉତ, ପ୍ରଜ୍ଞାପ୍ରଗଳ୍ଭା, ମମତା ସାମଲ, ଗାୟତ୍ରୀ ସ୍ୱାଇଁ, ପୁନମ ନାୟକ, ନୃସିଂହ ଦାସ, ମନୋରଞ୍ଜନ ତ୍ରିପାଠୀ, ଶୁଭେନ୍ଦୁ ବାରିକ, କ୍ଷୀରୋଦ ନାଥ, ଗଗନ ସିଂ, ନୃସିଂହ ତ୍ରିପାଠୀ, ଶିବପ୍ରସାଦ ପରିଡା ପ୍ରମୁଖ ସହଯୋଗ କରିଥିଲେ । କେନ୍ଦ୍ରାପଡା ଜିଲା ସମେତ ପାଶ୍ୱର୍ବର୍ତୀ ଜିଲା ଗୁଡିକରୁ ଦୁଇଶହରୁ ଉଦ୍ଧ୍ୱର୍ ମା’ମାନେ ଆସି ତୁଳସୀକ୍ଷେତ୍ରରେ ହବିଷ୍ୟାଳୀବ୍ରତ କରିଛନ୍ତି ।

Leave a Reply

Your email address will not be published. Required fields are marked *