କାମେଶ୍ୱର ମହାଦେବ ପିଠ ରେ ଯୋଗଦେଲେ ଶତାଧିକ ମହିଳା ପ୍ରତିଯୋଗି
ଗରଦପୁର, ୨୩/୧୧/୨୦୨୬ (ଓଡ଼ିଶା ସମାଚାର)- ସମ୍ବାଦ ସାହିତ୍ୟ ଘର ଗରଦପୁର ଶାଖା ଆନୁକୂଲ୍ୟରେ ଏବଂ ଶ୍ରୀ ଶ୍ରୀ କାମେଶ୍ୱର ସେବା ପରିଚାଳନା ଟ୍ରଷ୍ଟ ସହଯୋଗରେ ଚିତ୍ରୋତ୍ପଳାତଟରେ ଜିରାଳ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପିଠ ତଥା ପର୍ଯ୍ୟଟନସ୍ଥଳ ଶ୍ରୀ ଶ୍ରୀ କାମେଶ୍ୱର ମହାଦେବ ପିଠ ପରିସରରେ ଆଜି ହୁଳହୁଳି, ଶଙ୍ଖନାଦ ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଶିବ ଶକ୍ତି ପିଠ ର ବଡ଼ ଓଷା ତିଥିରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଚଳର ବିଭିନ୍ନ ଗ୍ରାମ ଏବଂ ସ୍କୁଲ , କଲେଜ ସମେତ ସ୍ୱୟଂ ସହାୟକ ମହିଳା ଗୋଷ୍ଠି ର ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି କୁ ଉଦ୍ଜୀବିତ ରଖିବା ପାଇଁ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ଖୁବ ଉଚ ପ୍ରସଂଶା କରିଥିଲେ ।

ପୂର୍ବରୁ ପଂଜିକୃତ ହୋଇଥିବା ୩୫ ଜଣ ମହିଳା ଓ ଛାତ୍ରୀ ମୁରୁଜ , ୧୫ ଜଣ ଶଙ୍ଖନାଦ ଓ ୩୦ ଜଣ ମହିଳା ହୁଳହୁଳି ପ୍ରତିଯୋଗିତାରେ ଭାଗନେଇଥିଲେ । ମହାଦେବଙ୍କ ସମ୍ମୁଖରେ ରଙ୍ଗ ବେରଙ୍ଗର ରେଙ୍ଗାଲି ରେ ସସ୍ମିତା ବେହେରା,ମିନାରାଣୀ ବେହେରା,ମଧୁସ୍ମିତା ମାହାଳି,ସୌଭାଗିନୀ ମୁଦୁଲି,ସ୍ମାରକୀ ପ୍ରିୟଦର୍ଶିନୀ,ଶୁଭଲକ୍ଷ୍ମୀ ମୁଦୁଲି, ରାଜଲକ୍ଷ୍ମୀ ମଲିକ୍, ପ୍ରିୟସ୍ମିତା ପରିଡ଼ା, ସ୍ୱର୍ଣ୍ଣଲତା ଦାସ,ସ୍ନେହଲତା ଦାସ,ଗୀତାଂଜଳି ଦାସ,ସାଗରିକା ନାୟକ,ପ୍ରିୟାଂଶି ପଲେଇ, ସବିତା ଦାସ, ରଂଜିତା ମଲିକ,ସୁହାସିନୀ ନାଥ, ଅଂଜଳି ସ୍ୱାଇଁ, ସୌମ୍ୟା ଶିବାନୀ ଜେନା,ଜ୍ୟୋତ୍ସ୍ନାମୟୀ ସାହୁ,ଜ୍ୟୋତ୍ସ୍ନାରାଣୀ ମହାନ୍ତି ,ପରି ସାହୁ, ଶ୍ରୀୟାଂଶି ପ୍ରଧାନ , ପ୍ରିତିମୟି ବେହେରା, ନୀହାରିକା ବେହେରା,ମିନତି ମାହାଳି,ସୁମତି ମାହାଳି, ରଙ୍ଗଲତା ବେହେରା,ସତ୍ୟଭାମା ମାହାଳି, କଳ୍ପନା ବେହେରା ପ୍ରମୁଖ ମୁରୁଜରେ ଆକର୍ଷଣିୟ ଛବି ଆଙ୍କିଥିଲେ , ଯାହା ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲା ।
ସେହିପରି ଏସଏସ ସମୀକ୍ଷା, ମମତା ମଲିକ, ପ୍ରିତିରାଣି ମାହାଳି, ପଦ୍ମାବତୀ ଖୁଂଟିଆ,ସୁମିତ୍ରା ମୁଦୁଲି ପ୍ରମୁଖ ଶତାଧିକ ମହିଳାଙ୍କ ହୁଳହୁଳି ଏବଂ ରଶ୍ମିତା ସ୍ୱାଇଁ, ପଦ୍ମାବତୀ ନାୟକ, ସୁଜାତା ନାୟକ, ମୋନାଲିସା ମାହାଳି,କବିତା ରାୟ,ସୌଭାଗିନୀ ମୁଦୁଲି ପ୍ରମୁଖ ଙ୍କ ଶଙ୍ଖନାଦ ଓ ହୁଳହୁଳି ରେ କାମେଶ୍ୱର ଶୈବ ପିଠ ପ୍ରକମ୍ପିତ ହୋଇଥିଲା । ବ୍ରାହ୍ମଣ ପଣ୍ଡିତଙ୍କ ଶ୍ଳୋକ ଉଚ୍ଚାରଣରେ ପ୍ରତିଯୋଗୀମାନଙ୍କ ଝୋଟି ମୁରୁଜ , ଶଙ୍ଖନାଦ ଓ ହୁଳହୁଳି ଶ୍ରୀ ଶ୍ରୀ କାମେଶ୍ୱର ମହାଦେବ ଙ୍କୁ ସମର୍ପିତ ହୋଇଥିଲା ।
ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ନିରୋଦ କୁମାର ଦାସ , ମୁଖ୍ୟ ବକ୍ତା ଭାବେ ଲୋକନାଥ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ବିଚିତ୍ରା ମଂଜରୀ ତ୍ରିପାଠି ଓ ବିଶିଷ୍ଟ ଅତିଥି ଭାବେ ଟ୍ରଷ୍ଟର ସଭାପତି ରମେଶ ଚନ୍ଦ୍ର ବେହେରା , ଆଶୁ କବି ନରେଶ ଚନ୍ଦ୍ର ମହାନ୍ତି , ମେଜର ଭରତ ଚନ୍ଦ୍ର ଜେନା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଚରଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ସେହିପରି ଉତ୍ସବରେ ସାହିତ୍ୟ ଘର ସଦସ୍ୟ କବି ସିଦ୍ଧାର୍ଥ ଶଙ୍କର ରାୟ , କୃଷକ କବି ପ୍ରଭାତ ପରିଡ଼ା,ଭଂଜ କିୋାର ସ୍ୱାଇଁ, ପଣ୍ଡିତ ସାରଦା ପ୍ରସାଦ ଶତପଥି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସମ୍ବାଦ ର ବରିଷ୍ଠ ସାମ୍ବାଦିକ ନବଘନ ନାୟକ ଓ ଟ୍ରଷ୍ଟର ସମ୍ପାଦକ ବିଭୁ ପ୍ରସାଦ ପରିଡ଼ା ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବକୁ ଗୀତିକ୍ୱି କୁଂଜ ବିହାରୀ ପାଣି ସଂଯୋଜନା କରିଥିଲେ । ଉତ୍ସବ ପରିଚାଳନାରେ ଟ୍ରଷ୍ଟ ସଦସ୍ୟ ପ୍ରଭାକର ପରିଡ଼ା , ସରୋଜକାନ୍ତ ବିଶ୍ୱାଳ, ରମାକାନ୍ତ ମାହାଳି,ଜଟାଧାରୀ ବେହେରା,ଜ୍ଞାନରଂଜନ ମୁଦୁଲି, ବେଣୁଧର ବିଶ୍ୱାଳ, ଦେବେନ୍ଦ୍ର ମାହାଳି,ପ୍ରଦୀପ ବେହେରା,ବିବେକାନନ୍ଦ ମୁଦୁଲି,ସର୍ବେଶ୍ୱର ପରିଡ଼ା, ହେମନ୍ତ ପରିଡ଼ା, ସମ୍ବାଦ ଏଜେଂଟ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।
ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗିଙ୍କୁ ଅତିଥିମାନେ ସମ୍ବାଦ ସାହିତ୍ୟ ଘର ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଠ ପୋଷକ ଦିଲିପ ନାୟକଙ୍କ ସୌଜନ୍ୟରୁ ଦୁଇ ହଜାର ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଂଟନ କରାଯାଇଥିଲା ।
