ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ରାଜ୍ୟସ୍ତରୀୟ ଜନ୍ମଜୟନ୍ତୀ

ଭୁବନେଶ୍ୱର, ୨୩/୧୧/୨୦୨୬(ଓଡ଼ିଶା ସମାଚାର) –  ଓଡ଼ିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ବରେଣ୍ୟ ଚିତ୍ରଶିଳ୍ପୀ ବସନ୍ତ କୁମାର ପଣ୍ଡାଙ୍କ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ସମାରୋହ ଧଉଳି ଚାରୁକଳା ମହାବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ା ଏବଂ ମୁଖ୍ୟ ବକ୍ତା ଭାବେ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତାରାକାନ୍ତ ପରିଡ଼ା ଯୋଗଦେଇ ବସନ୍ତ ପଣ୍ଡାଙ୍କ ଜୀବନ ,ଦର୍ଶନ ଓ ଚିତ୍ରକଳା ସମ୍ପର୍କରେ ଆଲୋଚନା କରିଥିଲେ।

ଶିଳ୍ପୀଙ୍କ ଜଳରଙ୍ଗ ଚିତ୍ର ଏବଂ ତୈଳ ରଙ୍ଗ ଚିତ୍ର ଗୁଡ଼ିକ ଅତି ଉଚ୍ଚକୋଟୀର ଏବଂ ତାହା ଆଗାମୀ ଯୁବପୀଢ଼ିର ଶିଳ୍ପୀମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।ଏକାଡେମୀର କର୍ମକର୍ତ୍ତା ସୁନୀଲ କୁମାର ଡାକୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ।ପରିଶେଷରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ  ଚନ୍ଦନ କୁମାର ସାମଲ ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ପୂଜ୍ୟପୂଜା ଉତ୍ସବରେ ରବୀନ୍ଦ୍ର କୁମାର ମହାରଣା,ଜ୍ୟୋତିରଞ୍ଜନ ସାହୁ,ମାନସ କୁମାର ମହାରଥୀ,ଆର୍ୟନ ସାମଲ, ସୁଧାଂଶୁ ଶେଖର ସାହୁ ଏବଂ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ଶିଳ୍ପୀଙ୍କ ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *