ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ବିଜେଡ଼ି ଦେଲା ଆଉ ଗୋଟିଏ ପଦବୀ, ଏସ୍ ସି ସେଲ୍ କାର୍ଯ୍ୟକାରୀ ସଭାପତି 

କଟକ ସଦର,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କୁ ଅସନ୍ତୁଷ୍ଟ ରୁ ସନ୍ତୁଷ୍ଟ କରିବାକୁ ବିଜେଡ଼ି ରାଜ୍ୟ ସଂଗଠନରେ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଥିଲା।

ଆଜି ରବିବାର ଦିନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଚନ୍ଦ୍ର ସାରଥି ଙ୍କୁ ପୁଣି ଆଉ ଗୋଟିଏ ରାଜ୍ୟ ଏସ୍ ସି ସେଲ୍ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି।ଏହା ଦ୍ୱାରା ଚନ୍ଦ୍ର ସାରଥି ଙ୍କୁ ଡବଲ ଦାୟିତ୍ଵ ଦେଇ ସଂଗଠନକୁ ସୁଦୃଢ କରିବାକୁ ଦଳ ପ୍ରୟାସ କରିଛି ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *