ପାଟକୁରା ବିିଧାୟକ ଅରବିନ୍ଦ ମହାପାତ୍ରଙ୍କ କୁଶ ପୁତଳିକା ଦାହ

ଗରଦପୁର,୨୩/୦୮/୨୦୨୬ (ଓଡ଼ିଶା ସମାଚାର)- ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଜେପି ନେତା ଉମାକାନ୍ତ ପଟ୍ଟନାୟକଙ୍କ ଉଦେଶ୍ୟରେ ଦେଇଥିବା ଅଶାଳିନ ମନ୍ତବ୍ୟ ବିରୁଦ୍ଧରେ ଉମାକାନ୍ତ ଙ୍କ ସମର୍ଥକ ବିଜେପି କର୍ମୀମାନେ ଆଜି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ କୁଶ ପୁତଳିକା ଦାହ କରିଛନ୍ତି । କୁଦାନଗରୀ ଥାନା ଛକ ନିକଟରେ ଉମାକାନ୍ତ ଙ୍କ କିଛି ସମର୍ଥକ ଏକାଠି ହୋଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ କୁଶ ପୁତଳିକା ଦାହ କରିଛନ୍ତି ।

ଏଥିରେ ଉମାକାନ୍ତଙ୍କ ସମର୍ଥକ କର୍ମୀ ଶ୍ରୀକାନ୍ତ ସେନାପତି, ନଗେନ୍ ରାଉତ, କୁଂଜ ବିହାରୀ ଜେନା, ହିମାଂଶୁ ଜେନା , ବିଜୟ ଦାସ , ନୃସିଂହ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ପ୍ରକାଶ ଥାଉକି କିଛି ଦିନ ତଳେ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ନିଜ ସମର୍ଥକଙ୍କ ସହ ଡ଼େରାବିଶ ବ୍ଲକ୍ କୁ ଯାଇ ବିଡ଼ିଓ ଙ୍କୁ ଧମକ ଚମକ୍ ଦେଇ ଦେଇଥିଲେ । ମାନସିକ ଭାରସାମ୍ୟ ହରାଇ ବିଡ଼ିଓ ବେହୋସ ହୋଇ ମେଡ଼ିକାଲ ରେ ଚିକିତ୍ସିତ ହୋଇଥିଲେ ।

ଏହାର ପ୍ରତିବାଦରେ ବ୍ଲକ୍ କର୍ମଚାରୀମାନେ ଉମାକାନ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଲମ ଛାଡ଼ ଆଳେନ୍ଦାଳନ କରିଥିଲେ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଆନ୍ଦୋଳନକାରୀ କର୍ମଚାରୀଙ୍କ ସହିତ ଆଲୋଚନା କଲାବେଳେ ଉମାକାନ୍ତ ପଟ୍ଟନାୟକଙ୍କ ଉଦେଶ୍ୟରେ ଅଶାଳିନ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *