ଦାନଗଦୀ ତହସିଲସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

ବେଆଇନ ଖଣିଜ ଉତ୍ତୋଳନ, ପରିବହନ ଓ ଗଚ୍ଛିତ ରଖିବା ଉପରେ ରୋକ୍ ଲଗାଇବାକୁ ଗୁରୁତ୍ୱାରୋପ

ଦାନଗଦୀ, ୨୩/୧୧/୨୦୨୬(ଓଡ଼ିଶା ସମାଚାର) – ଦାନଗଦୀ ତହସିଲ କାର୍ଯ୍ୟାଳୟଠାରେ ଆଜି ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ୍, ଦାନଗଦୀଙ୍କ ଅଧ୍ୟକ୍ଷତାରେ ଏକ ତହସିଲସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଯାଜପୁର ଖଣି ଅଧିକାରୀ ତଥା ସଦସ୍ୟ ଆବାହକ, ଯାଜପୁର ଜୁନିୟର ମାଇନିଂ ଅଫିସର, ଯାଜପୁର ରୋଡ୍, କଳିଙ୍ଗନଗର, ଟମକା ଓ ଜଖପୁରା ଥାନାର ଭାରପ୍ରାପ୍ତ ଅଧିକାରୀ (ଆଇ.ଆଇ.ସି.) ଏବଂ ଟମକା ଓ ଯାଜପୁର ରୋଡ୍ ବନାଞ୍ଚଳର ରେଞ୍ଜ ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଦାନଗଦୀ ତହସିଲ ଅଞ୍ଚଳରେ ବେଆଇନ ଭାବେ କ୍ଷୁଦ୍ର ଖଣିଜ ଦ୍ରବ୍ୟ ଉତ୍ତୋଳନ, ପରିବହନ ଓ ଗଚ୍ଛିତ ରଖିବା ଭଳି କାର୍ଯ୍ୟକଳାପକୁ ରୋକିବା ସହ ଏହାର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ତ୍ୱରିତ ଓ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା ସହ ନିୟମିତ ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବା ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ସମସ୍ତ ସଦସ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ନିଜ ନିଜ ବିଭାଗ ପକ୍ଷରୁ ମତାମତ ଓ ପରାମର୍ଶ ରଖିଥିଲେ। ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ବେଆଇନ ଖଣିଜ କାରବାର ଉପରେ ଅଙ୍କୁଶ ଲଗାଇବା ଦିଗରେ ଏହି ବୈଠକ ଫଳପ୍ରଦ ହୋଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *