ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ

୩୦ ତାରିଖ ରବିବାର ସଂଧ୍ୟା ରେ ଆୟୋଜିତ ୧୨୪ତମ ସମାବର୍ତ୍ତନ ଉତ୍ସବରେ ସମ୍ମାନ ପ୍ରଦାନ କରାଯିବ

କଟକ,୨୩/୦୮/୨୦୨୬(ଓଡିଶା ସମାଚାର / ଅଭୟ ଜେନା) ଓଡ଼ିଶାର ପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜର ମର୍ଯ୍ୟାଦାଜନକ ଉତ୍କଳରତ୍ନ ସମ୍ମାନ ଖ୍ୟାତନାମା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ପ୍ରଦାନ କରାଯିବ । ଶନିବାର ସଂଧ୍ୟାରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ବିଚାରକମାନଙ୍କ ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି ।

ଆଗାମୀ ଅଗଷ୍ଟ ୨୯ ଓ ୩୦ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସମାବର୍ତ୍ତନ ଉତ୍ସବରେ ୨୦୨୬ ମସିହାର ଉତ୍କଳରତ୍ନ ସମ୍ମାନ ଶ୍ୟାମାମଣି ଦେବୀଙ୍କୁ ପ୍ରଦାନ କରାଯିବା ସହ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’ ଅଜୟ ସ୍ୱାଇଁ, ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’ ବିଷ୍ଣୁ ସାହୁ, ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’ ଫକୀର ସିଂହ, ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ‘ଗଙ୍ଗାଧର ମେହେର କବିତା ସମ୍ମାନ’ ସୌଭାଗ୍ୟବନ୍ତ ମହାରଣା, ବୈଷ୍ଣବ ପାଣି କଳା-ସଂସ୍କୃତି ସମ୍ମାନ କୁମକୁମ ମହାନ୍ତି , ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ’ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’ ବୀରେନ୍ଦ୍ର ମହାନ୍ତି, ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’ ପ୍ରଶାନ୍ତ କୁମାର ମହାନ୍ତି, ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ’ ପ୍ରବୀଣା ମହାନ୍ତି, ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’ ରାଜକିଶୋର ଦାଶ, ‘ରାଧାନାଥ ରଥ ସମ୍ବାଦ-ସାହିତ୍ୟ ସମ୍ମାନ’ ସରଳ କୁମାର ଦାସ,  ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’ ଡକ୍ଟର ବିଷ୍ଣୁ ଚରଣ ସ୍ୱାଇଁ, ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’ ବିରୁପାକ୍ଷ ତ୍ରିପାଠୀ ଙ୍କୁ ପ୍ରଦାନ କରାଯିବ ।

ସେହିପରି ‘ନୀରଦପ୍ରଭା ହାସ୍ୟ-ବ୍ୟଙ୍ଗ ସାହିତ୍ୟ ସମ୍ମାନ’ ସୁଶୀଲ ମିଶ୍ର, ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’ କୃଷ୍ଣ ସିଂହ, ‘ନବରୂପା ରାଜ ଗୀତିକବିତା ସମ୍ମାନ’ ଧନଞ୍ଜୟ ସ୍ୱାଇଁ, ‘କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ’ ଦେବେନ୍ଦ୍ର ଶତପଥୀ, ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’ ପ୍ରିୟବ୍ରତ ପାତ୍ର, ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ ତାନସେନ ସିଂ, ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’ ଅଭିମନ୍ୟୁ ନାୟକ, ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠକ ସମ୍ମାନ’ ଆଶିଷ କୁମାର ଦାସ, ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’ ଅମରେନ୍ଦ୍ର ମାଧବ ଦାଶ,  ‘ଦେବବ୍ରତ କର ପ୍ରକାଶକ ସମ୍ମାନ’ ଅଶୋକ ମହାନ୍ତି, ‘ନିରଞ୍ଜନ ଦାସ ଭାଷା ସମ୍ମାନ’ ଗଜାନନ ମିଶ୍ର, ‘ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ’ ଡକ୍ଟର ପ୍ରମୋଦ ସର ଓ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ରବିନାରାୟଣ ରଥ ଙ୍କୁ ପ୍ରଦାନ କରାଯିବ ।

ଚଳିତ ମାସ ୩୦ ତାରିଖ ରବିବାର ସଂଧ୍ୟା ୫ଟା ୩୦ରେ ଆୟୋଜିତ ୧୨୪ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *