ମା ତାରିଣୀଙ୍କ ଚଇତି ପର୍ବର ଅନ୍ତିମ ଦିବସରେ ଆଧ୍ୟାତ୍ମିକ ନୃତ୍ୟ, ଭଜନ ଓ ପ୍ରବଚନ

ଘଟଗାଁ,୧୬/୦୪/୨୦୨୬ (ଓଡିଶା ସମାଚାର )- ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଘଟଗାଁ ମା,’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ବୁଧବାର ଅନ୍ତିମ ଦିବସରେ ମା’ଙ୍କର  ସମସ୍ତ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା। ଏହି ଅନ୍ତିମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଆଧାତ୍ମିକ ନୃତ୍ୟ,ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବୀଣାପାଣି କଳାନିକେତନ , ଶାଳପଡା ଆଧ୍ୟାତ୍ମିକ ନୃତ୍ୟ ଏବଂ ଘଟଗାଁ ଶ୍ରୀକ୍ଷେତ୍ର ଭଜନ ଗ୍ରୁପ ଓ ମା ‘ ତାରିଣୀ ଭଜନ ସନ୍ଧ୍ୟା , ଘଟଗାଁ ଭଜନ ପରିବେଷଣ କରିଥିଲେ। ସରୋଜ କୁମାର ସାହୁ,ଝାରସୁଗୁଡାଙ୍କ ସୌଜନ୍ୟରୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା ।

ସନ୍ଧ୍ୟା କାର୍ଯ୍ୟକ୍ରମରେ ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଓ ସାଥି ଦାସ କାଠିଆ ପରିବେଷଣ କରିଥିଲେ। ପରେ ହରିକଥା ସେବକ ବସନ୍ତ କୁମାର ବିଶୋଇ ପ୍ରବଚନ ଦେଇଥିଲେ । ରାତ୍ର କାର୍ଯ୍ୟକ୍ରମରେ ବାଦୀ ପାଲା ଅନୁଷ୍ଠିତ ହୋଇଥିଲା। ଗାୟକ ସଚ୍ଚିଦାନନ୍ଦ ଦାଶ ଓ ଗାୟକ ଧିରେନ ମହାନ୍ତି ପାଲା ପରିବେଷଣ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ପର୍ବର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଏକାଧିକ ସଂଘ , କ୍ଲବ  ଏବଂ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

Leave a Reply

Your email address will not be published. Required fields are marked *