କେନ୍ଦ୍ରାପଡ଼ା,୨୦/୦୪/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଂଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ ପ୍ରସ୍ତୁତି ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଇ-କେୱାଇସି ଯାଂଚ ନିହାତି ଜରୁରୀ ଅଟେ ।
ଏଣୁ ଜିଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଂଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଇ-କେୱାଇସି ଯାଂଚ କରାଇ ନେବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରହିଛି ଯେପରି କୌଣସି ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିତ ନହୁଅନ୍ତି ।
