ମଝି ସମୁଦ୍ରରେ ଜାହାଜ ନିଖୋଜ

                     ଥିଲେ ୨୪ ଜଣ କ୍ରୁ ସଦସ୍ୟ – ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ଟିମ୍ ଜରିଆରେ ତଲାସି

ପାରାଦୀପ,୨୩/୦୮/୨୦୨୬ (ଓଡ଼ିଶା ସମାଚାର)- ଓଡିଶା ଉପକୂଳରେ ବଡ଼ ଧରଣର ଅଘଟଣ ଘଟିଛି  । ୭୦ ହଜାର ଟନ୍ ପରିମାଣର ଲୁହା ପଥର ବୋଝେଇ କରି ଫେରୁଥିବା ଏକ ଜାହାଜ ଶନିବାର ମଝି ସମୁଦ୍ରରେ ନିଖୋଜ ହୋଇଛି । ସମୁଦ୍ର ତଟଠୁ ପ୍ରାୟ ୨୪୦ ନଟିକାଲ ମାଇଲ ଯିବା ପରେ ଏହା ଘଟିଛି । ଜାହାଜରେ ଥିଲେ ୨୪ ଜଣ କ୍ରୁ ସଦସ୍ୟ  । ଓଡ଼ିଶା ତଟରକ୍ଷୀ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଜରିଆରେ ତଲାସି ଜାରି ରହିଛି । ଏନ.ଭି. ଓସେନ୍ ୱିନର ନାମକ ଜାହାଜଟି ପାରାଦୀପରୁ ଚୀନ୍ ଅଭିମୁଖେ ଯାଉଥିଲା  । ସୂଚନା ମୁତାବକ ୨୦ ଚୀନ୍ ନାଗରିକ, ଜଣେ ବାଂଲାଦେଶୀ ନାଗରିକ ଏବଂ ୩ ଜଣ ମିଆଁମାର ନାଗରିକ ଏଥିରେ ଥିଲେ । ଗତ ରାତି ପ୍ରାୟ ୧୨ଟାରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ପୂର୍ବରୁ ଜାହାଜଟି ପ୍ରାୟ ୨୦୦ ନଟିକାଲ୍ ମାଇଲ୍ରୁ ଅଧିକ ଯାତ୍ରା କରିସାରିଥିଲା । ଜାହାଜଟି ବିଶାଖାପାଟଣା ମୁହାଁଇଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ଏହା ଓଡ଼ିଶାର ସାମୁଦ୍ରିକ ସୀମା ଅତିକ୍ରମ କରିଥାଇପାରେ । ଜାହାଜଟି ଅଗଷ୍ଟ ୫ ତାରିଖରେ ପାରାଦୀପକୁ ଆସିଥିଲା ।

Leave a Reply

Your email address will not be published. Required fields are marked *