ଗରାଶୁଣୀ ବିହାର ଠାରେ ଆସନ୍ତା ବର୍ଷ ମା’ ଦୂର୍ଗା ପୂଜା ପାଇବେ

କଟକ ସଦର, ୦୨/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ହୁଲିପୁର ଓଡ଼ପଡ଼ା ଗ୍ରାମର ଗରାଶୁଣୀ ବିହାର ଠାରେ ପ୍ରତିବର୍ଷ ‘ମା ଗରାଶୁଣୀ କମ୍ୟୁନିଟ୍ ସେଣ୍ଟର’ ପକ୍ଷରୁ ଦଶହରାରେ ହର ପାର୍ବତୀ ପୂଜା ପାଇ ଆସୁଥିଵା ବେଳେ ଆସନ୍ତା ବର୍ଷ ଠାରୁ ମଣ୍ଡପରେ ମା’ ଦୂର୍ଗା ପୂଜା ପାଇବେ ବୋଲି ନିଷ୍ପତ୍ତି ହୋଇଥିବା ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

ଏଠାରେ ଆଧ୍ୟାତ୍ମିକ ପରିବେଶ ଓ ମହାସମାରୋହରେ ପୂଜା ପାଉଥିବା ହର ପାର୍ବତୀ ଙ୍କ ଭସାଣି ଆସନ୍ତା ଶନିବାର ଦିନ ଡିଜେ ମୁକ୍ତ ରୋଷଣୀ ନିଶାମୁକ୍ତ ଭସାଣି ବିନା ଶୋଭାଯାତ୍ରାରେ ହେବ ବୋଲି ଜଣାପଡିଛି। କାର୍ଯ୍ୟକ୍ରମ ପରିଚାଳନାରେ ଅବିନାଶ ଆନନ୍ଦ ମହାନ୍ତି (ଗୁଡୁ), ଅଚ୍ୟୁତାନନ୍ଦ ମହାନ୍ତି, ଦିଲ୍ଲିପ ମହାନ୍ତି, ନୃସିଂହ ମହାନ୍ତି, ଜ୍ଞାନ ରଂଜନ ମହାନ୍ତି, ରାଜକିଶୋର ମହାନ୍ତି, ପ୍ରଦୀପ୍ତ ଦାସ(ଝାଟୁ),ରୂପକ ଦାସ,ମଳୟ ଦାସ, ଆଶୁତୋଷ ଦେବ, ସମ୍ବିତ ଜେନା, ବିକ୍ରମ ଜେନା ପ୍ରମୁଖ ସହାୟତା କରୁଛନ୍ତି।

Leave a Reply

Your email address will not be published. Required fields are marked *