ନାବାଳିକା ଦୁଷ୍କର୍ମକାରୀଙ୍କୁ ସାଢେ ୪ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା, ୩୦/୦୭/୨୦୨୬ (ଓଡ଼ିଶା ସମାଚାର)- ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ପ୍ରଜ୍ଞାପରମିତା ରାଉଳ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସାଢେ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହାସହ ୬ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୪ମାସ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ନିର୍ଦ୍ଧେଶରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅଳର ଏକ ଗ୍ରାମରେ ଭାଲୁକୁଣୀ ଭଷାଣୀ ଚାଲିଥିଲା । କାଣୀନଦୀ ନିକଟରୁ ଭଷାଣୀ ଶେଷ କରି ଘରକୁ ଫେରୁଥିବା ବେଳେ ୨୦୨୩ମସିହା ସେପ୍ଟେମ୍ବରମାସ ୨୪ତାରିଖ ରାତି ୯ଟା ସମୟରେ ଅଭିଯୁକ୍ତ ଚନ୍ଦ୍ରଶେଖର ବଳ ସଂପୃକ୍ତ ନାବାଳିକାଙ୍କୁ ଜୋରଜବରଦସ୍ତ ନିକଟସ୍ଥ ଏକ ଗଛମୂଳକୁ ଟେକିନେଇଥିଲେ । ସେଠାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ଫଳରେ ନାବାଳିକା ଜଣକ ଜୋରରେ ପାଟି କରିଥିଲେ । ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହସଙ୍ଖିବାରୁ ଅଭିଯୁକ୍ତ ସେଠାରୁ ଦୌଡି ପଳାଇଯାଇଥିଲା ।

ଗ୍ରାମବାସୀମାନେ ଏସମ୍ପର୍କରେ ଅଭିଯୁକ୍ତଙ୍କୁ ପଚାରିବାରେ ସେ ତାଙ୍କ ପରିବାର ଲୋକ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ ପିଡିତାଙ୍କ ସମ୍ପର୍କୀୟ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାକେଶ ନଂ- ୫୮୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିଲା । ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତିକରି କୋର୍ଟ ଅଭିଯୁକ୍ତ ଚନ୍ଦ୍ରଶେଖର ବଳ(୪୩)କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନେହେରୁ କୁମାର ସାହୁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *