ଜଗତସିଂହପୁର,୦୯/୧୨/୨୦୨୫ (ଓଡ଼ିଶା ସମାଚାର)-ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫-୨୬, ବାଲଵାଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରକଳ୍ପ, ପ୍ରତିଯୋଗିତା ଓ ପରିବେଶ ପାଇଁ ପୋଷଣୀୟ ଜୀବନଶୈଳୀ ଏବଂ ଜଣାଅଜଣା ପ୍ରତିଯୋଗିତା-୨୦୨୫-୨୬ ସ୍ଥାନୀୟ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ମଧୁସୂଦନପୁର ଶାସନ ପରିସରରେ ଜଗତସିଂହପୁରର ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ଜେ. ସୋନାଲଙ୍କ ଦ୍ଵାରା ବିଜ୍ଞାନ ପତାକା ଉତ୍ତୋଳନ ଓ ରିବନ କର୍ତ୍ତନ କରାଯାଇ ଉଦଘାଟନ କରାଯାଇଅଛି । ଜିଲ୍ଲା ଶିକ୍ଷାଅଧିକାରୀ କେଶବ ମେହେରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଜିଲ୍ଲାବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ । 
ସେଣ୍ଟର ଅଫ ଏନଭାରମେଣ୍ଟାଲ ଷ୍ଟାଡିଜର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ମୁଖ୍ୟ ବକ୍ତା, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ରାଜ୍ୟଶ୍ରୀ ସାହୁ, ଡ଼ ସୁଶାନ୍ତ ମହାନ୍ତି, ମଣ୍ଡଳ ଶିକ୍ଷାଧିକାରୀ ବିଶ୍ୱମ୍ବର ମଲ୍ଲିକ, ମନୋଜ କୁମାର ବେହେରା ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନମେଳା ପିଲାମାନଙ୍କ ଜ୍ଞାନକୌଶଳକୁ କିପରି ତ୍ୱରାନ୍ୱିତ କରିଥାଏ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ଜାତୀୟ ଇକୋ ହାକାଥନ-୨୦୨୪ ରେ ପାରଦର୍ଶିତା ଦେଖାଇଥିବା ଜଗତସିଂହପୁର କୁନି ବୈଜ୍ଞାନିକ ଆରୟାହି ଅର୍ପିତା ନାୟକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏତତ ବ୍ୟତୀତ ପରିବେଶ ଏବଂ ପ୍ରକୃତି ସରଂକ୍ଷଣ ପାଇଁ ଉଲ୍ଲେଖନୀୟ ଅବଦାନଥିବା ପ୍ରତ୍ୟକ ବ୍ଲକରୁ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ବିଜ୍ଞାନ ପ୍ରଦର୍ଶନୀରେ ମୋଟ ୧୬୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ଅପରାହ୍ନରେ ଅତିରିକ୍ତ ଜିଲ୍ଲାଶିକ୍ଷାଅଧିକାରୀ ରାଜ୍ୟଶ୍ରୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଜଣାଅଜଣା ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ସୁଶାନ୍ତ ମହାନ୍ତି ଜଗତସିଂହପୁର ମଣ୍ଡଳ ଶିକ୍ଷା ଅଧିକାରୀ ମଧୁସ୍ମିତା ପତି, ବିରିଡି ଶିକ୍ଷା ଅଧିକାରୀ ମିହିର କୁମାର ପାଲ, ପେଡାଗୋଜି କୋଅର୍ଡିନେଟର ତପନ କୁମାର ନନ୍ଦ ସଂମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଅନସୂୟା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲା ବେଳେ ଉଭୟ ସଭାରେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ବିଜ୍ଞାନ ସଂଯୋଜନା ମଣ୍ଡଳୀର ସଭ୍ୟ ଅମୂଲ୍ୟ କୁମାର ମିଶ୍ର ଏବଂ ସଭ୍ୟା ମନୀଷା ମିଶ୍ର ।
ଜଣା ଅଜଣା ପ୍ରତିଯୋଗିତାର ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ କୃତିତ୍ୱ ହ।ସଲକରିଥିବା ସୌରଭ ସାହୁ, ଆହେଲା ଆଫ୍ରୋଜ ସେଖ, ଶ୍ରେୟା ସମୃଦ୍ଧି ପରିଡା, ସଙ୍ଗୀତା ନାଥ, ଜ୍ୟୋତିରଞ୍ଜନ ବେହେରା ଓ ଦିବ୍ୟଜ୍ୟୋତି ମନୋହରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପଦରାଜ ଉମାକାନ୍ତ ନାୟକ, ଶିବ କୁମାର ବିଶ୍ୱାଳ ସୌଭାଗ୍ୟ ପ୍ରସାଦ ମିଶ୍ର,ସସ୍ମିତା ଶତପଥି, ପ୍ରଳୟ ରଞ୍ଜନ ଭୂୟାଁ, ଦେବାଶିଷ ନାୟକ, ସୁଦର୍ଶନ ସାହୁ, ଅଶୋକ ମାଦେଳି, କ୍ଷନପ୍ରଭା ସାହୁ, ବିଶ୍ୱଜିତ ମହାନ୍ତି, ଅସ୍ମିତା ପରିଜା, ଶୁଭଶ୍ରୀ ମଲ୍ଲିକ, ବିଷ୍ନୁପ୍ରିୟା ପାଢ଼ୀ, କୀର୍ତ୍ତିବାଳା ରାଉତରାୟ, ପ୍ରିୟଙ୍କ। ବେହେରା ତ୍ରୈଲୋକ୍ୟନାଥ ବିଶ୍ୱାଳ, ତ୍ରିନାଥ ରାଉତ , ପ୍ରଗତି ପ୍ରିୟମ୍ବଦା ଜେନା, ଶିଶିର କୁମାର ତ୍ରିପାଠୀ,ଏସ, ଡି ପ୍ଲାବନ କୁମାର, ସୁମିତ୍ରା ମଲ୍ଲିକ, ନରେନ୍ଦ୍ର କୁମାର ବେହେରା ପ୍ରଭୂତି ବିଜ୍ଞାନ ପ୍ରଦର୍ଶନୀ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।
