ସାଲେପୁର,୩୦/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା)ସାଲେପୁର-କୁଆଁପାଳ ରାସ୍ତା ମନୋହରପୁର ବଜାର ନିକଟରେ ଦୁର୍ଘଟଣା ଘଟି ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଭାରସାମ୍ୟ ହରାଇ ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ୱିଙ୍କିଲ ନାମକ ଘରୋଇ ବସ୍। ବସ୍ ଟି ରାସ୍ତା କଡ଼କୁ ମାଡିଯାଇଥିଲା । ବସ୍ ରେ ପାଖାପାଖି ୩୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ବସ୍ ରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମୃତ ସାଇକେଲ ଆରୋହୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଦୁର୍ଯ୍ୟୋଧନ ସାହୁ। ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସାଲେପୁର ପୋଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
