ସାଲେପୁର,୩୦/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା )ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଗତା ପ୍ରଭାସିନୀ ଦେବୀଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ସାଲେପୁର ସପନପୁର ସ୍ଥିତ ସତ୍ୟଲକ୍ଷ୍ମୀ ମଣ୍ଡପ ପରିସରରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱ ରେ ଅବସର ପ୍ରାପ୍ତ ଏ ବି ଇ ଓ ରଜନୀକାନ୍ତ ଦାଶ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ତାଙ୍କର ସହପାଠୀ ଯୋଗଦେଥଲେ।
ଅବସର ପ୍ରାପ୍ତ ପ୍ରଶାସକ ଗଦାଧର ପଣ୍ଡା, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତପନ କୁମାର ଭୂୟାଁ, ବରିଷ୍ଠ ବିଜେପି ନେତା କୁଞ୍ଜ ମୋହନ ସେଠୀ, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଙ୍ଗଠନ ଓଡ଼ିଶାର ଉପସଭାପତି ତଥା କଂଗ୍ରେସ ନେତା ହରିବନ୍ଧୁ ଶତପଥି, କଟକ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ସୁଦାମ ବାରିକ, ଅଟଳ ସେନା ରାଜ୍ୟ ସଭାପତି ଦିବାକର ପ୍ରଧାନ, କଟକ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଶିଶିର କୁମାର ଦାଶ, ବିଜୟ କୁମାର ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି,ଶିକ୍ଷାବିତ ବିଳାସ ଚନ୍ଦ୍ର ପ୍ରଧାନ, ଅଚ୍ୟୁତାନନ୍ଦ ମିଶ୍ର, ହରେକୃଷ୍ଣ କାଣ୍ଡି, ବ୍ରହ୍ମ କୁମାରୀ ବନୋଜିନି,ଝରି ସୁନ୍ଦର ମଲ୍ଲିକ,ପ୍ରଦୀପ୍ତ କିଶୋର ନାୟକ, ରବୀନ୍ଦ୍ର କୁମାର ବେହେରା,ବିବେକାନନ୍ଦ ଜେନା, ଭିକାରୀ ଚରଣ ବେହେରା,ସଦାଶିବ ପରିଜା ,ମୁନା ସାହୁ, ଅବଦୁଲ ଖାନଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତା ପ୍ରଭାସିନୀ ଦେବୀଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ।
