କଟକ ସଦର,୦୧/୦୫/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସନ୍ନିକଟ ଯଶପଡା ପଞ୍ଚାୟତର ଓଡ଼ପଡ଼ା କାଇଜଙ୍ଗ ଜଙ୍ଗଲ ଭିତରେ ବିରାଜମାନ କରୁଥିଵା ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଗିରିକ୍ରୋଟ (ଗିରିଧାରୀ ମଠ)ରେ ପ୍ରତିବର୍ଷ ପରି ତିନି ଦିନ ଧରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପାରମ୍ପରିକ ବିଶ୍ଵ କଲ୍ଯାଣ ଯଜ୍ଞୋତ୍ସଵ ଆଜି ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ଉଦଯାପିତ ହୋଇଯାଇଛି।

ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ବେଳେ ଘୃତ ଯଜ୍ଞ,ନାମ ଯଜ୍ଞ,ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ଦିବସରେ ଯଜ୍ଞ କୁଣ୍ଡରେ ଅଗ୍ନି ଦେବତା ଓ ମନ୍ଦିର ରେ ପ୍ରଭୁ ଗିରିଧାରୀ ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ପରିଚାଳନାରେ ମଠ ପରିଚାଳନା କମିଟି ସଭାପତି ରାକେଶ ମହାନ୍ତି, ଉପସଭାପତି ମନୋଜ ମହାନ୍ତି (ଲୁଲୁ), ସଂପାଦକ ନିତ୍ୟାନନ୍ଦ ମହାନ୍ତି,ଅଜୟ ମହାନ୍ତି, ପ୍ରମୋଦ ମହାନ୍ତି, ସନ୍ତୋଷ ମହାନ୍ତି, ଦେବାଶିଷ ସାମଲ, ଲୋକନାଥ ପୃଷ୍ଟି, ନୃସିଂହ ଦାସ, ଅନନ୍ତ ମହାରଣା ଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ସହାୟତା କରିଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, ପୂର୍ବତନ ସରପଂଚ ଛତ୍ରପତି ସିଂ ପ୍ରମୁଖ ଯଜ୍ଞୋତ୍ସଵରେ ଯୋଗଦାନ କରିଥିଲେ।
