ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା,୩୦/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାୟୋମେଟ୍ରିକ ଉପସ୍ଥାନ ପକାଉନାହାନ୍ତି । ସରକାର କାର୍ଯ୍ୟାଳୟକୁ ଆସିବା ଓ ଫେରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହାକୁ କର୍ମଚାରୀମାନେ ମାନୁନାହାନ୍ତି । ଏହିଭଳି ଅଭିଯୋଗ ଜିଲାପାଳଙ୍କ ନିକଟକୁ ଆସିବା ପରେ ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ ହେବ ବୋଲି ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

ଜିଲାପାଳଙ୍କ ପତ୍ର ସଂଖ୍ୟା-୧୩୧୩ ତା ୨୮.୦୭.୨୦୨୬ରିଖରେ ଜାରି ହୋଇଥିବା ଏହି ନିର୍ଦ୍ଧେଶ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲା ଚିକିତ୍ସା ଅଧିକାରୀ(ଏମ ଆଣ୍ଡ ଏସ)ତଥା ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ, କେନ୍ଦ୍ରାପଡା ପୌରାଂଚଳ ସ୍ୱାସ୍ଥ୍ୟ ଅଧିକାରୀ, ଜିଲା ଜରୁରୀ ଅଧିକାରୀ, ଜିଲାର ସମସ୍ତ ତହସିଲଦାର, ସମସ୍ତ ବିଡିଓ ଏବଂ ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକମାନଙ୍କୁ ପ୍ରଦାନ କରାଯାଇଛି ।

ଏହି ନିର୍ଦେଶରେ ଜିଲାପାଳ ଉଲ୍ଲେଖ କରିଛନ୍ତି ଯେ ସରକାର ଓ ଜିଲା ପ୍ରଶାସନର ବାରମ୍ବାର ନିର୍ଦ୍ଧେଶ ସତ୍ୱେ ଉପରୋକ୍ତ କାର୍ଯ୍ୟାଳୟ ଗୁଡିକର ଅନେକ କର୍ମଚାରୀ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଉପସ୍ଥାନ ପକାଉନଥିବା ପ୍ରମାଣ ମିଳିଛି । ଯେଉଁ କର୍ମଚାରୀମାନେ ଅନୁପସ୍ଥିତ ରହୁଛନ୍ତି ସେମାନେ ଉଚ୍ଚ କର୍ତୃପକ୍ଷଙ୍କ ଠାରୁ ଅନୁମତି ନେଉନାହାନ୍ତି । କର୍ମଚାରୀମାନଙ୍କ ଏଭଳି ମନୋଭାବ ପ୍ରଶାସନିକଶୃଙ୍ଖଳା, ସ୍ୱଛତା ଓ ଉତରଦାୟିତ୍ୱବୋଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାଦ୍ୱାରା ସାଧାରଣ ଜନତା ସେବା ପାଇବାରୁ ବଂଚିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *