ବିଧାୟକ ପୁଅ ଙ୍କର ପ୍ରତିନିଧି ହେଲେ ବାପା  ପୂର୍ବତନ ବିଧାୟକ   

କଟକ ସଦର ୩୦/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚୌଦ୍ୱାର ପୌରପାଳିକାରେ ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରତିନିଧି ଥିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକଙ୍କୁ ହଟାଇ ଦିଆଯାଇଛି।ତାଙ୍କ ସ୍ଥାନରେ ବିଧାୟକ ସୌଭିକଙ୍କ ବାପା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ନିଜେ ବିଧାୟକଙ୍କ ପ୍ରତିନିଧି ହୋଇଥିବା ଜଣାପଡିଛି।

ଏଣିକି ପ୍ରତିନିଧି ଭାବେ ପ୍ରଭାତ କାଉନସିଲ ବୈଠକରେ ଯୋଗଦେଇ ପାରିବେ। ସୂଚନାଯୋଗ୍ୟ ଯେ ଏଵେ ଚୌଦ୍ୱାର ପୌରପାଳିକାରେ ବିଜେଡ଼ି କାଉନସିଲ ଥିବା ବେଳେ ପୌରାଧ୍ୟକ୍ଷା ବିଜେଡ଼ି ର ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ରହିଛନ୍ତି। ଯେହେତୁ ବିଧାୟକ ସୌଭିକ ବିଜେଡ଼ି ରୁ ନିଲମ୍ବିତ ହୋଇଛନ୍ତି ଏବଂ ବାପା ପୂର୍ବତନ ବିଧାୟକ ବିଜେପିରେ ମିଶିଛନ୍ତି ତେଣୁ ପୌରାଧ୍ୟକ୍ଷା ଓ ଅନ୍ୟ କାଉନସିଲର ମାନଙ୍କୁ କିପରି ଅଡ଼ୁଆରେ ପକାଇଵେ ସେଥିପାଇଁ ବାପପୁଅ ଗୋଟି ଚାଳନା କରୁଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *