କଟକ ସଦର, ୧୪/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା ଯଶୋଦା ଗାର୍ଡେନ ଠାରେ ଆଜି ଗୁରୁବାର ସଂଧ୍ୟାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ‘କଟକ ସଦର ମେଧା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଛି।
ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୈ।ରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏଵଂ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କଟକ ସଦର ଵିଡିଓ ପ୍ରତୀକ ସାହୁ ଙ୍କ ସମେତ ଶିକ୍ଷା ବିଭାଗ ଅଧିକାରୀ ମାନେ ଯୋଗ ଦେଇ ସମାଜର ଉନ୍ନତି ପାଇଁ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
