ଗରଦପୁର, ୩୦/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ବସନ୍ତ ପୁର ଗାଁ ଓ ଏହାର ଆଖ ପାଖ ଅଞ୍ଚଳ ର ସମ୍ଭାବ୍ୟ ବନ୍ୟା ପ୍ରଭାବିତଙ୍କ ଉଦ୍ଧେଶ୍ୟରେ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତ ପୁର ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଚାରିଟେବୁଲ ଟ୍ରଷ୍ଟ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତିଙ୍କ ପରାମର୍ଶ କ୍ରମେ ଶୁଖିଲା ଖାଦ୍ୟ ଯଥା- ବିସ୍କୁଟ, ଚୁଡ଼ା, ମୁଢ଼ି ଆଦି ଶୁଖିଲା ଖାଦ୍ୟ ମହଜୁଦ କରା ଯାଇଛି । ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ସେହିଭଳି ପଲିଥିନ୍ ର ମଧ୍ୟ ବ୍ୟବସ୍ଥା ହୋଇଛି ।
ଗୃହପାଳିତ ପଶୁମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜନସାଧାରଣଙ୍କ ପାଇଁ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ସଦାବେଳେ ଓ ସବୁ ସମୟରେ ପ୍ରସ୍ତୁତ ବୋଲି ମ୍ୟାନେଜିଙ୍ଗ ଟ୍ରଷ୍ଟି ଡ଼କ୍ଟର ମହାନ୍ତି କହିଛନ୍ତି ।
