ବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା 

 ଭୁବନ ୧୩/୦୮/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ମାୟାଧର ଦେହୁରୀଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟ ,ସଭ୍ୟା ମାନେ ହାତରେ ଜାତୀୟ ପତାକା ଧରି ଓ ଜାତୀୟ ସଙ୍ଗୀତ ଗାନ କରି ଗ୍ରାମ ପରିକ୍ରମା କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ , ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ ପରିଚାଳନା କମିଟି ପୂର୍ବତନ ସଭାପତି ସାଲମୋହନ କାଣ୍ଡୁଲୁନା, ପରିଚାଳନା କମିଟି ଉପସଭାପତି ଭାରତୀ ଦେହୁରୀ,ସଦସ୍ୟା ପଙ୍କଜିନୀ ମହାନ୍ତ, ଆମ ସ୍କୁଲ କମିଟି ସଦସ୍ୟା ଉମାରାଣୀ ମହାନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *