ବିଦ୍ୟୁତ ଚାଳିତ ଯାନ ବଢ଼ିଛି — ଚାର୍ଜ କେନ୍ଦ୍ର ସ୍ଥାପନ ହେଲେ ଆହୁରି ବ୍ୟବହାର ବୃଦ୍ଧି ପାଇବ

ନିରାକାରପୁର, ୧୫/୬/୨୦୨୪ (ଓଡ଼ିଶା ସମାଚାର)- ପରିବେଶ ପ୍ରଦୂଷଣ ଦୂର କରିବା ସହିତ ତୈଳ ଇନ୍ଧନରୁ ମୁକ୍ତି ପାଇବା ପାଇଁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଦ୍ୟୁତ ଚାଳିତ ଯାନବାହାନର ଚାହିଦା। ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ମଡେଲ ର ଯାନ ପ୍ରସ୍ତୁତ କରି ବିଭିନ୍ନ ଲୋଭନୀୟ ଅଫର ସହିତ ଅଧିକରୁ ଅଧିକ ମାଇଲେଜ୍ ଯାଉଥିବା ଗାଡ଼ିକୁ ବଜାର କୁ ଛାଡୁଛନ୍ତି। ଏହା ସହିତ ସରକାର ବି ସରକାରୀ ଚାକିରିଆ ଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା ଓ ସାଧାରଣ ଲୋକଙ୍କ ପାଇଁ ବିଦ୍ୟୁତ୍ ଚଳିତ ଯାନ କ୍ରୟ ଉପରେ ରିହାତି ପ୍ରଦାନ ସହିତ ଜିରୋ ପ୍ରତିଶତ ସୁଧରେ ଏଲେଟ୍ରିକ ଯାନ କୁ ଋଣ ରେ ଯୋଗାଇ ଦେଉଛନ୍ତି। ଫଳରେ ବର୍ତ୍ତମାନ ଲୋକଙ୍କ ଚାହିଦା ବୃଦ୍ଧି ପାଇଛି, ଲୋକେ ବହୁ ସଂଖ୍ୟାରେ ବିଦ୍ୟୁତ୍ ଚଳିତ ବାଇକ, କାର, ଅଟୋ ଓ ମକ ପରିବହନ କରି ଯାନ କ୍ରୟ କରୁଛନ୍ତି। କିନ୍ତୁ ଏହି ସୀମିତ ଚାର୍ଜଙ୍ଗି ରେ ବିଭିନ୍ନ ଗନ୍ତବ୍ୟ ସ୍ଥଳ ଅତିକ୍ରମ କରିବା କଷ୍ଟକର ହେଉଛି। ଲୋକେ ଯାହା ଫଳରେ ଏହି ଯାନ କୁ ସୀମିତ ଅଞ୍ଚଳ ମଧ୍ୟରେ ଯାତାୟାତ ପାଇଁ ବ୍ୟବହାର କରୁଥିବାବେଳେ ଦୁର ଯାତ୍ରା ପାଇଁ ତୈଳ ଇନ୍ଧନ ଗାଡି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସରକାର ଏହି ଯାନ କ୍ରୟ ବେଳେ ଯେମିତି ଆଗ୍ରହ ସୃଷ୍ଟି ପାଇଁ ଋଣ, ସୁଧ ଛାଡ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି ସେହିପରି ୪୦/୫୦ କିଲୋମିଟର ବ୍ୟବଧାନରେ ଯଦି ବିଦ୍ୟୁତ୍ ଚାଳିତ ଯାନ ପାଇଁ ଚାର୍ଜଙ୍ଗି ପଏଣ୍ଟ ସ୍ଥାପନ କରନ୍ତେ ତେବେ ଏହି ଯାନ କ୍ରୟ ପ୍ରତି ଆହୁରି ଆଗ୍ରହ ବୃଦ୍ଧି ପାଆନ୍ତା। ବିନା ଶ୍ଲୁକ ହେଉ କି ଶୁଳ୍କ ପ୍ରଦାନ କରି ହେଉ ଯଦି ଚାର୍ଜଙ୍ଗି ପଏଣ୍ଟ ଖୋଲା ଯାଆନ୍ତା ତାହାହେଲେ ପରିବେଶର ସୁରକ୍ଷା ସହିତ ବାୟୁ ଓ ଧ୍ଵନି ପ୍ରଦୂଷଣ ରୁ ରକ୍ଷା ମିଳିବା ସହିତ କମ ଖର୍ଚ୍ଚରେ ସେମାନଙ୍କ ଯାତାୟାତ ସୁଗମ କରି ପାରନ୍ତେ।

Leave a Reply

Your email address will not be published. Required fields are marked *