ଜଗତସିଂହପୁର ୩୦/୦୭/୨୦୨୬ (ଓଡ଼ିଶା ସମାଚାର)-ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ଗେଟ୍ ଖୋଲିବା ଯୋଗୁ ତଳ ଅଞ୍ଚଳ ରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ସୁଦ୍ଧା ନରାଜ ଠାରେ ୯ ଲକ୍ଷ ରୁ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ଏବଂ ଏହା ମହାନଦୀ ଓ ଏହାର ଶାଖା ନଦୀ ଗୁଡ଼ିକରେ ପ୍ରବାହିତ ହେବାଦ୍ୱାରା ଜଗତସିଂହପୁର ଜିଲ୍ଲା ରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହି ସମ୍ଭାବ୍ୟ ବନ୍ୟା ଜନିତ ସ୍ଥିତି ନିମନ୍ତେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆଜି ପୂର୍ବାହ୍ନ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଙ୍କ ସମେତ ସମସ୍ତ ବରିଷ୍ଠ ପ୍ରାଶାସନିକ ବିଭାଗୀୟ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ସଦଭାବନା ସଭାଗୃହ ଠାରେ ସମୀକ୍ଷା କରିଥିଲେ ଓ କ୍ଷତ୍ରିୟ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଜିଲ୍ଲାର ତିର୍ତ୍ତୋଲ, ବିରିଡି, କୁଜଙ୍ଗ ବ୍ଲକ ରେ ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ପ୍ରଭାବିତ ହୋଇଛନ୍ତି। ସମୀକ୍ଷା କରି ଜିଲ୍ଲାପାଳ କହିଲେ ଯେ, ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ। ତେଣୁ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ ଓ ଏଥିସହିତ ସମସ୍ତ ଆଶ୍ରୟ ସ୍ଥଳୀ ରେ ଆବଶ୍ୟକୀୟ ସୁବିଧା ଯେପରି ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ବୟସ୍କ, ମହିଳା, କିଶୋରୀ, ଶିଶୁ ସମସ୍ତଙ୍କ ଭିନ୍ନ ଭିନ୍ନ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଯଥା ସମ୍ଭବ ଔଷଧ, ପାନୀୟ ଜଳ, ସାପ କାମୁଡା ଔଷଧ,ଅତ୍ୟାବଶ୍ୟକ ସୁବିଧା ଯୋଗାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା ,ବିଶେଷ କରି ଯେଉଁମାନେ ସମ୍ବେଦନଶୀଳ ସ୍ଥିତି ରେ ଅଛନ୍ତି ତାଙ୍କୁ ଚିହ୍ନଟ କରିବା ସହ ନିକଟସ୍ଥ ସି ଏଚ୍ ସି, ପି ଏଚ୍ ସି, ଡି ଏଚ୍ ଏଚ୍ ବା ମା ଗୃହ କୁ ସ୍ଥାନାନ୍ତରିତ କରିବା ପାଇଁ କହିଥିଲେ।
ସେହିପରି ଗୃହପାଳିତ ପଶୁ ମାନଙ୍କୁ ନିକଟସ୍ଥ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରି ସେମାନଙ୍କ ପାଇଁ ଗୋଖାଦ୍ୟ ର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୁଲା ପ୍ରାଣୀ ମାନଙ୍କୁ ମଧ୍ୟ ଉଚ୍ଚ ଯାଗାରେ ରଖିବା ପାଇଁ ପରାମର୍ଶ ଦେଇଥିଲେ, କାରଣ ସମସ୍ତଙ୍କର ଜୀବନ ମୂଲ୍ୟବାନ। ସ୍ଥାନାନ୍ତରଣ ସମୟରେ ହୁଏତ ଲୋକମାନେ ନିଜ ଘର ଦ୍ୱାର ମୂଲ୍ୟବାନ ସାମଗ୍ରୀ ଛାଡ଼ି ଯିବାପାଇଁ ଅରାଜି ହୋଇପାରନ୍ତି, କିନ୍ତୁ ସେମାନଙ୍କୁ ବୁଝାଇ ଶୁଝାଇ ଓ ଆବଶ୍ୟକ ସ୍ଥଳେ ବାଧ୍ୟ କରି ବ୍ଳକ୍ ଓ ପୋଲିସ ପ୍ରଶାସନ ଏବଂ ସ୍ଥାନିୟ ଜନ ପ୍ରତିନିଧି ମାନଙ୍କର ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟ କରିବାକୁ ପଡିବ ବୋଲି ଜିଲ୍ଲାପାଳ କହିଥିଲେ।କୌଣସି ଅଭାବନୀୟ ଜରୁରୀ ପରିସ୍ଥିତି ଆସିଲେ ତୁରନ୍ତ ନିକଟସ୍ଥ control room କୁ ଜଣାଇବା ପାଇଁ ସେ କହିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ବିରିଡି ବ୍ଲକ୍ ର ଉତ୍ତର ଶାସନ, ପୂରଣ ଓ ଗେଲପୂର୍ ଗ୍ରାମ ର ୨୫ ଜଣ, ତିର୍ତ୍ତୋଲ୍ କୋଟକଣ, ଆଦିବାସୀ ସାହି, ମଣିଜଙ୍ଗା ର ୬୩୩ ଜଣ, କୁଜଙ୍ଗ ବ୍ଲକ ର ରାହାମା ବଜାର ନିକଟରେ ୧୧ ଜଣ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲା ରେ ବର୍ତ୍ତମାନ ପରିସ୍ଥିତି ସ୍ଥିର ଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପୂର୍ବରୁ କିଛି ଜାଗାରେ ଲୋକମାନେ ନିଜେ ବନ୍ଧ କାଟି ଘାଇ ସୃଷ୍ଟି କରିବାର ନଜିର ରହିଥିବାରୁ ବିଡ଼ିଓ ତହସିଲଦାର ମାନେ ସ୍ଥାନୀୟ ଆଇଆଇସି, ଜନ ପ୍ରତିନିଧି ମାନଙ୍କର ସହଯୋଗ, ପ୍ରତ୍ୟେକ ବ୍ଲକ୍ ପାଇଁ ନିୟୋଜିତ ନୋଡାଲ ଏନ୍ ଜି ଓ ଙ୍କ ସହ ଯୋଗାଯୋଗ ସହ Night patroling କରିବାକୁ ଜିଲ୍ଲାପାଳ ଓ ଏସପି ପରାମର୍ଶ ଦେଇଥିଲେ ।
ପାଣି ଜମି ରହିଥିବା ଜାଗାରୁ ପାଣି ନିଷ୍କାସନ ପାଇଁ ମୋଟର ବ୍ୟବସ୍ଥା, ଆବଶ୍ୟକ ସ୍ଥାନରେ ସ୍ଥାନାନ୍ତରିତ ପାଇଁ ବୋଟ୍ ସେବା, ମତ୍ସ୍ୟଜୀବୀ ମାନଙ୍କ ସୁରକ୍ଷା ନିମନ୍ତେ ସମୁଦ୍ର କୁ ଯିବାରେ କଟକଣା, ସମୁଦ୍ର କୂଳରେ ସ୍ଥାନିୟ ନୋଳିଆ, ସାଗର ମିତ୍ର, ଆପଦ ମିତ୍ର, special ପୋଲିସ ଫୋର୍ସ ନିୟୋଜନ, ଆଶ୍ରୟ ସ୍ଥଳୀ ରେ ଡାକ୍ତର, ଅଙ୍ଗନୱାଡି ଓ ଆଶାକର୍ମୀ ଙ୍କ visit ବିଷୟରେ ଆଲୋଚନା ଓ ସମୀକ୍ଷା ହୋଇଥଲା। Dry ration ଯୋଗାଇବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରତ୍ୟେକ ବ୍ଲକ୍ ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ଅଗ୍ନିଶମ, ବିଦ୍ୟୁତ୍ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଆଦି ସତର୍କ ହୋଇ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲାରେ କୁଜଙ୍ଗ ଓ ତିର୍ତୋଲ ବ୍ଳକ୍ ର ୫ ଟି ଗାଁ ର ୬୯୦ ଟି ଲାର୍ଜ animal ଓ ୩୫୨ small animal ପ୍ରଭାବିତ ହୋଇଥିବା ବେଳେ ୧୨୦ ଗୃହପାଳିତ ପଶୁ ଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।୨୭.୫ କ୍ୱିଣ୍ଟାଲ ଗୋଖାଦ୍ୟ ଓ ୩୯ କ୍ଵିଣ୍ଟାଲ green fodder ଦିଆଯାଇ ଥିବାର ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ୭୫୦୦ ହେକ୍ଟର ଧାନ ଜମିରୁ ଆନୁମାନିକ ୨୭୪୦ ହେକ୍ଟର ଓ ଧାନ ତଳିଘର ୬୫୦୦ ହେକ୍ଟର ଜମି ରୁ ଆନୁମାନିକ ୩୨୦୦ ହେକ୍ଟର ଜମି ପାଣିଘେରରେ ରହିଥିବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି।
କୁଜଙ୍ଗ ବ୍ଲକ ର ୭ ପଂଚାୟତ ର ୮୦ ହେକ୍ଟର ପରିବା ଚାଷ ଜମି, ନାଉଗାଁ ର ୩୦ ଏକର, raghunathpura ର ୫ ଏକର ପରିବା ଚାଷ ଜମି ଜଳମଗ୍ନ ହୋଇପଡିଛି ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ନିମନ୍ତେ ଓଡ଼୍ରାଫ୍ ଟିମ୍ ଓ ଏନ୍.ଡି.ଆର୍.ଏଫ୍ ଟିମ୍ ନିୟୋଜିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ବଳ ଏବଂ ଜଳମଗ୍ନ ଥିବା ବ୍ରିଜ ରେ ଭାରିଯାନ ଚଳାଚଳ ଓ ଯାତାୟାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଆବଶ୍ୟକୀୟ ଔଷଧ କିଟ୍ ମହଜୁଦ ରଖିବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। Dry ration ମହଜୁଦ୍ ରଖିବା, ଯୋଗାଇବା ସହ ମାର୍କେଟ ସର୍ଭେ କରି ଅତ୍ୟାବଶ୍ୟକ ସାମଗ୍ରୀ ର କଳାବଜାରୀ ଉପରେ ନଜର ରଖିବାକୁ ଜିଲ୍ଲାପାଳ ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବନ୍ୟା ଛାଡିଲା ପରେ ପାନୀୟ ଜଳ ଉତ୍ସ ନଳକୂପ, ପାନୀୟ ଜଳପ୍ରକଳ୍ପ ଗୁଡ଼ିକୁ ବିଶୁଦ୍ଧୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ରାତିରେ ମହାନଦୀ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି ।
ବିରିଡି , ତିର୍ତ୍ତୋଲ, ନାଉଗାଁ, କୁଜଙ୍ଗ ବ୍ଲକ୍ ର କିଛି ଅଂଶ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପରେ ଜିଲ୍ଲାପାଳ ନାଉଗାଁ ଓ ବାଲିକୁଦା ବ୍ଲକର ସାମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ, ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ସମ୍ଭାବ୍ୟ ପରିସ୍ଥିତି ର ମୁକାବିଲା କରିହେବ ବୋଲି କହିଥିଲେ। NH ୧୨, NH ୫୩, SH ୧୨ bhali ରାଜ ପଥ ଉପରେ ବୁଲା ଗୋରୁଗାଈ ମାନଙ୍କର movement ku ନିୟନ୍ତ୍ରଣ କରିବା ପାଇଁ ଉପଦେଶ ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସମ୍ବିତ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ ସଧାରଣ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ନିରଞ୍ଜନ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାଶ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଓ ଆଭାସୀ ମାଧ୍ୟମରେ କ୍ଷେତ୍ରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସର୍ବଶେଷ ରେ ଅଯଥା ଭୟଭୀତ ନ ହୋଇ, ମିଥ୍ୟା ଗୁଜବ ଠୁ ଦୂରରେ ରହି ପ୍ରଶାସନ କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି।
