ବିଜେପି ନେତାଙ୍କ ଗାଡିରୁ ଦେଢ଼ ଲକ୍ଷ୍ୟ ଟଙ୍କା ଚୋରି 

ଲକ୍ଷ୍ମୀପୁର, ୨୨/୦୫/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା) – ଲକ୍ଷ୍ମୀପୁର ରେ ଚୋରି ବୃଦ୍ଧି ପାଉଛି।ଏଠି ଆଇନ ଶୃଙ୍ଖଳା ପୁରା ବିପର୍ଯ୍ୟସ୍ତ ହୋଇ ପଡିଛି। କେତେ ବେଳେ ଘରେ ପଶି ଚୋର ମାନେ ସର୍ବସ୍ବ ଲୁଟି ନେଉଛନ୍ତି ତ କେତେ ବେଳେ ଘର ଆଗରୁ ବାଇକ ଚୋରି କରି ନେଉଛନ୍ତି। ହେଲେ ପୋଲିସ ହାତ ଖାଲି। ଯେଉଁଥି ପାଇଁ କି ଚୋରଙ୍କ ସାହସ ବଢ଼ିବାରେ ଲାଗିଛି।ଫଳରେ ଗୋଟିଏ ପରେ ଗୋଟିଏ ଚୋରି କରିବାକୁ ପଛାଉ ନାହାନ୍ତି ଚୋର।

ଏଇଭଳି ଏକ ଚତୁରତା ସହ ଚୋର ମାନେ ଏକ ବୁଲେରୋ ଗାଡି ଡ଼ିକି ରୁ ଦେଢ଼ ଲକ୍ଷ୍ୟ ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ଅଞ୍ଚଳ ର ଜଣେ ବିଜେପି ନେତା ନିଜ ବୁଲେରୋ ଗାଡିର ଡ଼ିକି ଭିତରେ ଦେଢ଼ ଲକ୍ଷ୍ୟ ଟଙ୍କା ରଖି ପୂର୍ତ୍ତ ବିଭାଗ ବଙ୍ଗଳା ସମୁଖରେ ଗାଡି ଛିଡା କରି ସେଠାରେ ଏକ ଦୋକାନ କୁ ଟିଫିନ ଖାଇବାକୁ ଯାଇଥିଲେ। ଟିଫିନ ଖାଇ ସାରି ପେଟ୍ରୋଲ ପମ୍ପ କୁ ଯିବା ପାଇଁ ବାହାରୁଥିବା ବେଳେ ଡ଼ିକି ଭିତରେ ଥିବା ଟଙ୍କା ଗାୟବ ଥିବା ଦେଖି ତାଯୁବ ହୋଇ ଯାଇଥିଲେ। ପରେ ସିଏ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରି ଫେରି ଯାଇଥିବା ବେଳେ ଚୋର କୁ ଧରିବାରେ ପୋଲିସ କୁ କେବେ ସଫଳତା ମିଳୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *