ବିଏମସିର ଉଚ୍ଛେଦ ବିରୁଦ୍ଧରେ ସହାୟତା କେନ୍ଦ୍ର ଗଠନ

ଉଚ୍ଛେଦକୁ ୧୦୦ରୁ ଅଧିକ ଉଠାଦୋକାନୀ ସଂଘର ବିରୋଧ
ଭୁବନେଶ୍ୱର,୨୩/୧୨/୨୦୨୫ (ଓଡ଼ିଶା ସମାଚାର)- ରାଜଧାନୀରେ ଦୋକାନ ଖଣ୍ଡିଏ କରି ନିଜର ଜୀବିବା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ଉପରେ ଦାଉ ସାଜି ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ, ସାଧାରଣ ପ୍ରଶାସନ ବିଭାଗ ସମ୍ବିଧାନର ଧାରା ୧୯(୧)(ଛ) ଓ ଉଠାଦୋକାନୀ ଆଇନ ୨୦୧୪କୁ ନମାନି ଯେଉଁଭଳି ଅତର୍କିତ ଭାବେ ଉଠାଦୋକାନ ଉଚ୍ଛେଦ କରି ଚାଲିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ଗତ କିଛିଦିନ ଭିତରେ ସରକାରଙ୍କ ତିନିବିଭାଗ ବିଏମସି, ବିଡ଼ିଏ ଏବଂ ସାଧାରଣ ପ୍ରଶାସନ ବିଭାଗ ଭୁବନେଶ୍ୱରରେ ଥିବା ପାଖାପାଖି ୧୦ ହଜାରରୁ ଅଧିକ ଉଠାଦୋକାନ ଉଚ୍ଛେଦ କରିସାରିଲେଣି । ଉଚ୍ଛେଦ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କ ତାଲିକା ପ୍ରସ୍ତୁତ କରରାଯାଇ ସେମାନଙ୍କୁ ଥଇଥାନ କରିବାର ନିୟମ ଅଛି । କିନ୍ତୁ ତାହା ନକରି କୌଣସି ସୂଚନା ନ ଦେଇ ଦୋକାନୀମାନଙ୍କ ସାମଗ୍ରୀ ଫୋପାଡ଼ି ଉଚ୍ଛେଦ କରିବା ଏବଂ ଦୋକାନୀମାନଙ୍କ ଧମକ ଚମକ ଦେବା ବିରୁଦ୍ଧରେ ମଙ୍ଗଳବାର ନିଖିଳ ଉତ୍କଳ ସୁରକ୍ଷା କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘ ତରଫରୁ ଆଇ ପାର୍କଠାରେ ଏକ ଜରୁରୀକାଳୀନ ବୈଠକ ହୋଇଯାଇଛି ।

ଏହି ବୈଠକରେ ଭୁବନେଶ୍ୱରରେ ଉଚ୍ଛେଦ ହୋଇଥିବା ପାଖାପାଖି ୧୦୦ଟି ସଂଗଠନର କର୍ମକର୍ତା ଯୋଗଦେଇ ବିଏମସି ବିରୁଦ୍ଧରେ ନାରାବାଜି ଦେବା ସହିତ ଉଚ୍ଛେଦ ସମୟରେ ବିଏମସିକୁ ବିରୋଧ କରିବା ପାଇଁ ତିନୋଟି ଜୋନ୍ ରେ ରଶ୍ମୀରେଖା ଜେନା, ସଭାନେତ୍ରୀ, ଉତର ବିଏମସି, ମୋ-୯୮୬୧୦୬୩୫୦୯, ଜଗବନ୍ଧୁ ବେହେରା, କାର୍ଯ୍ୟକାରୀ ସଭାପତି, ଉତର ବିଏମସି ଏରିଆ, ମୋ-୯୭୭୮୯୯୬୮୪୯, ରାଜେଶ ବିଶୋୟୀ, ସମ୍ପାଦକ, ଉତର ବିଏମସି ଏରିଆ, ମୋ-୭୦୦୮୧୦୯୦୦୨, ସୂର୍ଯ୍ୟମଣି ସାହୁ, କାର୍ଯ୍ୟକାରୀ ସଭାପତି, କଳ୍ପନା ବିଏମସି ଏରିଆ, ମୋ-୯୧୭୮୦୪୫୬୨୬, ସୁରକାନ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି, ରେଂଟାଲ ବିଏମସି ଏରିଆ, ମୋ-୯୫୫୬୧୦୦୧୧୧, ନିରଞ୍ଜନ ପାଣ୍ଡେ, ସଭାପତି, ମୋ-୯୬୬୮୬୫୧୪୦୪, ସସ୍ମିତା ସାହୁ, ସାଧାରଣ କାର୍ଯ୍ୟକାରୀ ସଭାପତି, ମୋ-୭୩୨୮୮୮୬୩୬୭, ଦୀପକ କୁମାର ମହାପାତ୍ର, ସାଧାରଣ ସମ୍ପାଦକ, ମୋ-୯୩୪୮୩୬୬୧୫୮ଙ୍କୁ ଦାୟିତ୍ୱ ଦିଆଯାଇ ଏକ ସହାୟତା କେନ୍ଦ୍ର ଗଠନ କରାଯାଇଛି ।

ଯେତେବେଳେ ବିଏମସିର କର୍ମଚାରୀମାନେ ଉଚ୍ଛେଦ କରିବାକୁ ଆସିବେ, ସେତେବେଳେ ଉଚ୍ଛେଦକୁ ବିରୋଧ କରିବା ପାଇଁ ଏହି ସହାୟତା କେନ୍ଦ୍ରର ସାହାଯ୍ୟ ନେବା ପାଇଁ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ସାହୁ, ସୁଶାନ୍ତ କୁମାର ରାଉତ, ଶ୍ୟମାସୁନ୍ଦର କଅଁର, ଶରତ ସାହୁ, ମଞ୍ଜ ନାୟକ, ପ୍ରଶାନ୍ତ ନାୟକ, ସନ୍ତୋଷ କୁମାର ସୁବୁଦ୍ଧି, ସୁଦର୍ଶନ ସାହୁ, ଲକ୍ଷ୍ମୀଧର ପ୍ରଧାନ, ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ବିଏମସି ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ । ଶେଷରେ କୋଷାଧ୍ୟକ୍ଷ ଶୁଭଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *