ଆଗାମୀ ୩ ବର୍ଷରେ ୫୦ ହଜାର ଗାଁ’ରେ ପହଞ୍ଚିବ ହାଇସ୍ପିଡ୍ ଇଂଟରନେଟ

ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ୨ ବୁଝାମଣା ପତ୍ର ସ୍ୱାକ୍ଷରିତ – କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୩୩୮୪ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର,୩୦/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-  ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ରାଜ୍ୟର ୬,୭୯୯ଟି ଗ୍ରାମ ପଂଚାୟତକୁ ଆଇପି ଏମ୍ପିଏଲଏସ ପ୍ରଯୁକ୍ତି ସହ ରିଂ ଟୋପୋଲୋଜିରେ ଅପଗ୍ରେଡ୍ କରାଯିବ  । ଗ୍ରାମ ସ୍ତର ପର୍ଯ୍ୟନ୍ତ ଏଫଟିଟିଏଚ୍ (ଫାଇବର ଟୁ ଦି ହୋମ୍ ) ସଂଯୋଗ ବିସ୍ତାର କରାଯିବ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ମିଶନରେ “ଭାରତ ନେଟ୍ ପରିଯୋଜନା” ଫେଜ୍-୩ର ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତନେଟ୍ ପ୍ରକଳ୍ପ ହାଇସ୍ପିଡ ଇଂଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇଗଭର୍ନାନ୍ସ ଓ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମ ସ୍ତରରେ ଆହୁରି ସୁଦୃଢ କରାଯିବା ପାଇଁ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶରେ ପ୍ରାୟ ୩୩୮୪ କୋଟିଋ ଅଧିକ ଟଙ୍କା ଖର୍ଚ୍ଚ କରିବେ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ତତ୍ୱାବଧାନରେ ଏହାକୁ ଆଗାମୀ ୩ ବର୍ଷରେ ଶେଷ କରାଯିବ  । ଏହା ଅଧୀନରେ ୫୦ ହଜାରରୁ ଅଧିକ ଗାଁକୁ ଇଂଟରନେଟ ସେବା ଉପଲବ୍ଧ କରାଯିବ ବୋଲି କହିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ  । ବ୍ଲକକୁ ଗୋଟିଏ ୟୁନିଟ ହିସାବରେ ବ୍ଲକ

ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ, ସେଠାରୁ ପଂଚାୟତକୁ ଯୋଡି ପଂଚାୟତ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର କରାଯିବ ଓ ପଂଚାୟତରୁ ଗାଁ ର ଘରକୁ ଘର ସଂଯୋଗ କରାଯିବ  । ଏହି ବ୍ୟବସ୍ଥାରେ ପ୍ରତ୍ୟେକ ବ୍ଲକକୁ ଡାଟା ଏକ୍ସଚେଞ୍ଜ ସେଂଟର ଏବଂ ପ୍ରତ୍ୟେକ ଗ୍ରାମ ପଂଚାୟତ ସ୍ତରରେ ମଧ୍ୟ ଏକ ଡାଟା ଏକ୍ସଚେଞ୍ଜ ସେଂଟର ଭାବେ ବିକଶିତ କରାଯିବ  ।

ସରକାରଙ୍କ ସଂକଳ୍ପ ପତ୍ର ଅନୁସାରେ  ଡିଜିଟାଲ୍ ଭିତିଭୂମିକୁ ଅଧିକ ସୁଦୃଢ କରିବା, ଉନ୍ନତ ପ୍ରଯୁକ୍ତିର ପ୍ରସାର ଏବଂ ନାଗରିକମାନଙ୍କୁ ଉନ୍ନତମାନର ଡିଜିଟାଲ୍ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ନିଶ୍ଚିତ ରୂପେ ବାସ୍ତବ ରୂପ ନେଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ପ୍ରଥମ ବୁଝାମଣା ପତ୍ରଟି ଓଡ଼ିଶାରେ ସଂଶୋଧିତ ଭାରତନେଟ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଡିଜିଟାଲ୍ ଭାରତ ନିଧି, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଏବଂ ବିଏସଏନଏଲ ମଧ୍ୟରେ

ତ୍ରିପକ୍ଷୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ସହିତ ଉଦୀୟମାନ ପ୍ରଯୁକ୍ତି, ଗବେଷଣା ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ସି-ଡ୍ୟାକ୍ ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ସହଯୋଗ ମାଧ୍ୟମରେ କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା କ୍ଷେତ୍ର ସହ ନାଗରିକ ସେବା ଅଧିକ ଦ୍ରୁତ, ପାରଦର୍ଶୀ, ସୁରକ୍ଷିତ ଓ ସୁଗମ ସରକାରୀ ସେବା ଯୋଗାଇବାରେ ଏହି ପଦକ୍ଷେପ ମାଇଲଖୁଂଟ ସାବ୍ୟସ୍ତ ହେବ  ।

Leave a Reply

Your email address will not be published. Required fields are marked *