ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଅନୁକୁଲ୍ୟରେ ହୃଦରୋଗ ସ୍କ୍ରିନିଂ କ୍ୟାମ୍ପ

ଜଗତସିଂହପୁର ୩୧/୦୧/୨୦୨୫ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏକ ହୃଦରୋଗ ସ୍କ୍ରିନିଂ କ୍ୟାମ୍ପ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରୋଗ୍ରାମ  ଦ୍ୱାରା ଜ଼ିଲ୍ଲା ସହଜ ସରଳ ଚିକିତ୍ସା କେନ୍ଦ୍ର ଠାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ  କ୍ୟାମ୍ପକୁ ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ସକାଳ ୯.୪୫ ମିନିଟ ସମୟରେ  ଉଦ୍ଘାଟନ କରିଥିଲେ । ଜ଼ିଲ୍ଲାସ୍ତରରୁ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ଡାକ୍ତର ସରୋଜ ଜେନା, ଡାକ୍ତର ସଂଜୀବନ ଘୋଷ , ଡାକ୍ତର ଚିତ୍ତରଞ୍ଜନ କର, ଡାକ୍ତର କ୍ଷେତ୍ରବାସୀ ଦାଶ, ଡାକ୍ତର ଜୀବନ ଜ୍ୟୋତି ସାହୁ, ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳ। ମହାନ୍ତି, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ସୋନିଆ ବୋଷ, ଆସିଷ୍ଟାଣ୍ଟ ମ୍ୟାନେଜର ସ୍ବସ୍ତି ମହାନ୍ତି,ରାଜେନ୍ଦ୍ରପ୍ରସାଦ ସାହୁ, ମିନତୀ ନାୟକ,ମଧୁସ୍ମିତା,ଅର୍ଧେନ୍ଦୁ ମଣ୍ଡଳ,ଅଶୋକ ସ୍ୱାଇଁ ମେଡିକାଲ ଅଫିସର ଆୟୁଷ, ହସ୍ପିଟାଲ ମ୍ୟାନେଜର ସଚିନ ସାହୁ, ଫାର୍ମାସିଷ୍ଟ ଓ ଡି. ଆଇ. ସି.ର ସମସ୍ତ ଷ୍ଟାଫ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କ୍ୟାମ୍ପରେ ନାରାୟଣୀ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ କୋଲକତାର ହୃଦରୋଗ ବିଶେଷଜ୍ଞ ଡାକ୍ତର ସଂଜୀବନ ଘୋଷ ଏବଂ ତାଙ୍କ ଟିମ ଯୋଗଦେଇଥିଲେ, ପୂର୍ବରୁ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବ୍ଲକ ଟିମ ସ୍କିଂନିଂ କରି ଜନ୍ମରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ପିଲାମାନଙ୍କର ହୃଦରୋଗ ସମସ୍ୟା ଥିବାର ସନ୍ଦେହ କରିଥିଲେ, ସେମାନଙ୍କୁ ଉକ୍ତ କ୍ୟାମ୍ପକୁ ପ୍ରେରଣ କରିଥିଲେ ।  ଉକ୍ତ ଡାକ୍ତରୀ ଟିମ ଇକୋ ଟେଷ୍ଟ କରିଥିଲେ , ଯାହାର କଣ ଚିକିତ୍ସା ଆବଶ୍ୟକ ଯଥା: କିଏ ଔଷଧରେ ଭଲ ହବ, କିଏ ଅପେରସନ ଆବଶ୍ୟକ କରୁଛି ସେସବୁ ନିଶ୍ଚିନ୍ତ କରିଥିଲେ । ଦେୟମୁକ୍ତ ଔଷଧ ମଧ୍ୟ ଦିଆଯାଇଥିଲା । ସେମାନଙ୍କୁ ମାଗଣାରେ ନେଇ ଚିକିତ୍ସା କରିବା ନିମନ୍ତେ ପ୍ରେରଣ  ମଧ୍ୟ କରାଯାଇଥିଲା । ରାଜ୍ୟସ୍ତରର ସ୍କୁଲ ହେଲଥ ପରାମର୍ଶଦାତା ପ୍ରଶାନ୍ତ କୁମାର ଦାସ ମଧ୍ୟ ୱେଷ୍ଟ ବେଙ୍ଗଲ ଟିମ ସହ  ଉପସ୍ଥିତ ଥିଲେ । ୯୭ ଜଣ ପିଲା ଉକ୍ତ ସ୍କିଂନିଂ କ୍ୟାମ୍ପ  ନିମନ୍ତେ ପଂଜିକୃତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୩୨ ଜଣ ପିଲାଙ୍କର ହୃଦରୋଗ ଜଟିଳ ସମସ୍ୟା ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପ୍ରେରଣ କରାଯାଇଥିଲା । ସରକାରଙ୍କ ତରଫରୁ ସମସ୍ତ ଚିକିତ୍ସା ଯାତାୟାତ ଔଷଧ ମାଗଣାରେ କରାଯିବ।  ସରକାରଙ୍କର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ଯାହାଦ୍ୱାରା ଗ୍ରାମୀଣ ଅଞ୍ଚଳରେ ଥିବା ପିଲାମାନଙ୍କର ହୃଦରୋଗ ଜନିତ ସମସ୍ୟାକୁ ଦୂରକାରୀ ସେମାନଙ୍କୁ ଏକ ସୁସ୍ଥ ଜୀବନ ପ୍ରଦାନ କରାଯାଇପାରୁଛି । ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତିର ସମସ୍ତ କର୍ମଚାରୀ, ଡାକ୍ତର ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *