ଟ୍ରକ ଧକ୍କାରେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ

 ଜୁନାଗଡ଼,୨୩/୦୭/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ): କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଧର୍ମଗଡ଼ ରେଞ୍ଜରେ କାର୍ଯ୍ୟରତ ଝୁନୁବାଳା ସାହୁ।

ସୂଚନା ଅନୁଯାୟୀ, ଜୁନାଗଡ଼–ଭବାନୀପାଟଣା ମୁଖ୍ୟ ରାସ୍ତାର ଚଞ୍ଚରାଭାଡ଼ି ଗାଁ ନିକଟରେ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଝୁନୁବାଳା ସାହୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *