ଜଗତସିଂହପୁର, ତା ୨୩/୦୭/୨୬: ଆଜି ପଞ୍ଚାୟତିରାଜ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ , ଭା ପ୍ର ସେ ଜଗତସିଂହପୁର ଜିଲ୍ଲା ଗସ୍ତ ର ଅନ୍ତିମ ଦିବସ ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ। କୌଣସି କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ପ୍ରତ୍ୟେକ ସ୍ତର ର କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ।ଜଗତସିଂହପୁର ଜିଲ୍ଲା ରେ ଜୀବନ ଜୀବିକା ର ଅନେକ ସାଧନ ରହିଛି।ଜିଲ୍ଲାକୁ ଏକ ବହୁମୁଖୀ ସଂଭାବନା ର ଜିଲ୍ଲା ଭାବେ ଅଭିହିତ କରିବା ସହ ସରକାରଙ୍କ ପ୍ରଦତ୍ତ ଯୋଜନା ର ସମ୍ପ୍ରସାରଣ କରାଇପାରିଲେ ଜିଲ୍ଲା ବିକାଶ ଦିଗରେ ଅଗ୍ରସର ହେବ ବୋଲି ସେ କହିଥିଲେ।
ପ୍ରଥମେ ଜିଲ୍ଲା ରେ ସ୍ବାସ୍ଥ୍ୟ ବିଭାଗ ର କାର୍ଯ୍ୟକାରିତା ବିଷୟରେ CDMO ଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ଡାକ୍ତର ନିଯୁକ୍ତି, ଆନାସ୍ଥେଶିଷ୍ଟ, ରେଡ଼ିଓଲୋଜିଷ୍ଟ, ଆଇ ସି ୟୁ ଏକ୍ସପର୍ଟ, ନର୍ସ ନିଯୁକ୍ତି ସଂପର୍କ ରେ ଆଲୋଚନା ହୋଇଥିଲା।ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ଓ ବାୟୋବନ୍ଦନା କାର୍ଡ ର ବଣ୍ଟନ ବିଷୟ ରେ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ସେବା ର ବିଭିନ୍ନ ଦିଗରେ ସୁବିଧା ଅସୁବିଧା ବିଷୟରେ ସମୀକ୍ଷା କରିଥିଲେ। ଏହାପରେ ଜିଲ୍ଲା ରେ ଶିକ୍ଷା ବ୍ୟବସ୍ଥା,ଅଙ୍ଗନୱାଡ଼ି କେନ୍ଦ୍ର ସମ୍ବନ୍ଧିତ ସମୀକ୍ଷା କରିଥିଲେ।
ଅନ୍ତ୍ୟୋଦୟ ଗୃହ ଯୋଜନା, ପୌର ପରିଷଦ ର ସମସ୍ୟା ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ସରକାରୀ ଜମିର ସ୍ୱଳ୍ପତା ହେତୁ ଜାଗା sanction ସମୟରେ ଶିକ୍ଷା ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେବାପାଇଁ ରାଜସ୍ୱ ବିଭାଗ କୁ ପରାମର୍ଶ ଦେଇଥିଲେ।ବୟନ ଗ୍ରାମ ର କାରିଗର ମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ଉପଦେଶ ଦେଇଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା, ଅମୃତ ମିଶନ, ପାନୀୟ ଜଳ ଯୋଗାଣ ସମସ୍ୟା ଓ ନିରାକରଣ, ମେଗା ପାନୀୟ ଜଳ ପ୍ରକଳ୍ପ , ହିତାଧିକାରୀ ଙ୍କୁ ସୁବିଧାରେ ଋଣ ପ୍ରଦାନ, ବୃଦ୍ଧା ଵୃଦ୍ଧ ମାନଙ୍କୁ ସୁବିଧାରେ ଭତ୍ତା ଯୋଗାଇବା ଉପରେ ବିଷଦ ଆଲୋଚନା ହୋଇଥିଲା।
ସାରଳା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ର ସମୀକ୍ଷା କରିବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସାରଳା ଦାସ ଙ୍କୁ ଓଡ଼ିଆ ସାହିତ୍ୟ ର ସ୍ରଷ୍ଟା ସମ୍ବୋଧନ କରି ସାରଳା ସମାଧିପୀଠ, ଯଶୋବନ୍ତ ଗାଦି ଆଦିର ଉନ୍ନତିକରଣ ସଂପର୍କରେ ଆଲୋଚନା କରିଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କରେ ସଚିବ ଙ୍କୁ ଅବଗତ କରାଇବା ସହ ଉନ୍ନତିମୂଳକ କାର୍ଯ୍ୟ ର ରୂପରେଖ କହିଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ନୂତନ ପଦକ୍ଷେପ ଗ୍ରହଣ ସହ ସରକାର ଙ୍କ ଯୋଜନା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ସେ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷତ୍ରିୟ ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
