ଆଠ କିଲୋ କୁଟୁରା ମାଂସ ସହିତ ପାଞ୍ଚ ଶିକାରୀ ଗିରଫ , ଘଟଣା ସ୍ଥଳରୁ ମାରଣାସ୍ତ୍ର ସହିତ ଫାସ ଜବତ

କୋଇଡା, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)- ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ୍ ଜାମୁଡିହି ବିଟ୍ ଅଧୀନସ୍ଥ ଜଙ୍ଗଲ ମଧ୍ୟରେ କୁଟୁରା ମାଂସ ସହିତ ୫ ଜଣ କୁ ଗିରଫ କରିଛି କୋଇଡା ବନବିଭାଗ । ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ କୋଇଡା ବନ ବିଭାଗର ଏକ ଟିମ ସୋୟୋମ୍ବା ସ୍ଥିତ ମୋଟୁହନୁମାନ ଗାଁ କୁ ଯାଇ ଚଢ଼ାଉ କରିଥିଲା ଏବଂ ଗୋଟିଏ ପରିବାର ପାଞ୍ଚ ଜଣକୁ ଗିରଫ କରିବା ସହ ଏଥିରେ ସମ୍ପୁକ୍ତ ମାରଣାସ୍ତ୍ର ଏବଂ ଫାସ ଘଟଣା ସ୍ଥଳରୁ ଆଠ କିଲୋ କୁଟୁରା ମାଂସ ଜବତ କରିଥିଲା ବନବିଭାଗ । ଘଟଣାସ୍ଥଳରେ ବଣାଇ ଡିଏଫଓ ଲଳିତ କୁମାର ପାତ୍ର ଓ କୋଇଡା ରେଞ୍ଜର ଗୌତମ ପ୍ରଧାନ ପହଁଚି ତଦନ୍ତ ଚଳାଇବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା ଚଳାଇଛନ୍ତି ।

 

Leave a Reply

Your email address will not be published. Required fields are marked *