ମାଛୁଆତି – ପୁରୁଷୋତ୍ତମପୁର ଭାୟା ନଈଗୁଆଁ ପ୍ରଧାନମନ୍ତ୍ରୀ ସଡ଼କ ର ଶୋଚନୀୟ ଅବସ୍ଥା

ସାଲେପୁର ୨୩/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା)କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ତଥା ସାଲେପୁର ସେକ୍ସନ ଅଧିନସ୍ଥ ମାଛୁଆତି- ପୁରୁଷୋତ୍ତମପୁର ଭାୟା ନଈଗୁଆଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ର ଅବସ୍ଥା ଲଗାଣ ବର୍ଷା ରେ ବେହାଲ ହୋଇପଡିଛି । ଠିକାଦାର ନିମ୍ନ ମାନର ସାମଗ୍ରୀ କାର୍ୟ୍ୟରେ ବ୍ୟବହାର କରି ଯେନ ତେନ ପ୍ରକାର କାର୍ୟ୍ୟ କରି ପ୍ରାପ୍ୟ ବିଭଗ ଠାରୁ ଉଠାଇ ନେଇଛି ।

ବର୍ତ୍ତମାନ ବର୍ଷାରେ ଅନେକ ସ୍ଥାନରେ ପିଚୁ ଉଠି ଗଲାଣି । ସେହିପରି ଉକ୍ତ ରାସ୍ତାର ବଲ୍ଲଭପୁର ରାଜସ୍ୱ ଗ୍ରାମକୁ ସାମ୍ପ୍ରସାରିତ ହୋଇଥିବା ୭୫୦ ମିଟର ଢ଼ଳେଇ ରାସ୍ତାରେ ଅନେକ ସ୍ଥାନରେ ଫାଟି ଆଁ କରିଛି । ବର୍ଷା ପାଣି ଏହି ଫାଟରେ ପ୍ରବେଶ କରି ଏହା ଅଧିକ ମେଲା ହୋଇଗଲାଣି ଜ୍ଝବିଭଗୀୟ ଅଧିକାରୀ ଏହି ଦୃଶ୍ୟ ଲୋକଲୋଚନ କୁ ନ ଆସିବାକୁ ଉକ୍ତ ଫାଟରେ ପିଚୁର ପ୍ରଲେପ ଦେଇଛନ୍ତି ।

ରାସ୍ତାର ଅନେକ ସ୍ଥାନରେ ଛୋଟ ଛୋଟ ଗଛ ଲତା ମାଡିଗଲାଣି । ବାର୍ଷିକ ମରାମତି ରେ ମଧ୍ୟ ଠିକାଦାର ଏହାକୁ ଅଣଦେଖା କରୁଛି । ଯନ୍ତ୍ରୀ- ଠିକାଦାର ମିଳିତ ଭାବେ ଉଦେଶ୍ୟ ମୂଳକ ଲକ୍ଷ୍ୟ ରେ କାର୍ୟ୍ୟ କରୁଛନ୍ତି, ପ୍ରତିଦିନ ଉକ୍ତ ରାସ୍ତା ଉପରେ ନଈଗୁଆଁ, ଶିଶୁଆ, ଛାଣିପୁର, ମହଣ, ରାମକୃଷ୍ଣ ପୁର, କାତରପା ପଂଚାୟତ ର ଜନସାଧାରଣ ଯାତାୟତ କରନ୍ତି ।

ଉକ୍ତ ଅଂଚଳ ର ପ୍ରମୁଖ ରାସ୍ତା ର ମାନ୍ୟତା ପାଇଥିବା ଏହି ଅବସ୍ଥାରେ ଥିବାରୁ ପଥଚାରୀ ମାନେ ନାନା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳ ବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ମହାନ୍ତି ଦୃଢ଼ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *