ଭୁବନେଶ୍ୱର,୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବାଣୀବିହାର – ରସୂଲଗଡ଼ ରାସ୍ତାର ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ଏବଂ ସ୍ଥାନୀୟ ଲୋକେ ରାସ୍ତା ଉପରେ ବସକୁ ଅଟକାଇ ରଖିଛନ୍ତି । ମୃତ ବାଇକ ଆରୋହୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
ସୂଚନା ଅନୁସାରେ, ବାଇକରେ ଯୁବକଜଣକ ଯାଉଥିବା ବେଳେ ତାଙ୍କୁ ପଛପଟୁ ଆମବସ୍ ଧକ୍କା ଦେଇଥିଲା । ତେବେ ଧକ୍କାରେ ବାଇକ ଆରୋହୀ ତଳେ ପଡିଯିବା ପରେ ତାଙ୍କ ଉପରେ ଆମ ବସଟି ଚଢିଯାଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆମ ବସ୍ ବାରମ୍ବାର ଏଭଳି ଦୁର୍ଘଟଣା ଘଟାଉଥିବା ବେଳେ ସେଥିରେ ଅଙ୍କୁଶ ଲାଗିପାରୁନାହିଁ । ଖବର ପାଇ ସହିଦ ନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ବସକୁ ଅଟକ ରଖିଛି। ସେହିପରିକଟକ କଲେଜ ଛକଠାରେ କାର ଏବେଂ ଆମ ବସ୍ ମଧ୍ୟରେ ଧକ୍କା ହୋଇଛି।
