ବିଜେପି ୱ।ସିଙ୍ଗ୍ ମେସିନରେ ସଫା ହେବାକୁ ପ୍ରଭାତ ଯାଇଛନ୍ତି-ଵିଜେଡି
କଟକ ସଦର,୧୩/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ଚୈଦ୍ୱ।ର-କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେବାର କିଛି ଦିନ ପରେ ଗତକାଲି ରବିବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ବିଜେପି ଯୋଗ ଦେବା ପରେ ପ୍ରଭାତ କହିଛନ୍ତି ଯେ ‘ମୁଁ ୨୪ ବର୍ଷ ଧରି ବିଜେଡ଼ିରେ ରହି ଅଣନିଃଶ୍ବାସୀ ହୋଇଥିଲି’। ଏହାର ଜବାବରେ ବିଜେଡ଼ି କହିଛି ଯେ ପ୍ରଭାତ ଵାଵୁଙ୍କୁ ଦଳ କଣ ନଦେଇଛି। ତାଙ୍କୁ ଓ ତାଙ୍କ ପୁଅ ସୈ।ଭିକ ବିଶ୍ବାଳ ଙ୍କୁ ବିଧାୟକ କରିବା, ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ ଙ୍କୁ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷା କରିବା କଣ ଅଣନିଃଶ୍ବାସୀର ପରିଚୟ କି। ପ୍ରଭାତ ବିଶ୍ବାଳ କେବଳ ଚିଟଫଣ୍ଡ ଠକେଇ ମାମଲାରୁ ବର୍ତ୍ତିବାକୁ ଏଵଂ ବିଜେପି ୱ।ସିଙ୍ଗ୍ ମେସିନରେ ସଫା ହେବାକୁ ଯାଇଛନ୍ତି ବୋଲି କେଏମସି ମେୟର ସୁବାସ ସିଂହ କହିଛନ୍ତି।
ସେହିପରି ବିଜେଡ଼ି ରୁ ନିଲମ୍ବିତ ବିଧାୟକ ପୁଅ ସୈ।ଭିକ୍ ସଭ୍ୟ ପଦ ରଦ୍ଦ ଭୟରେ ସିନା ବିଜେପିକୁ ଯାଇନାହାନ୍ତି ହେଲେ ବାପାଙ୍କୁ ପଦ୍ମ ପୋଖରୀରେ ବୁଡ ମାରିବାକୁ ସବୁ ପ୍ରକାର ଉଦ୍ୟମ କରିଥିବା ଜଣାଯାଇଛି। ହେଲେ ପ୍ରଭାତଙ୍କୁ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ କରାଇଥିବା ସାନ ଭାଇ ଆରତ ରଞ୍ଜନ ବିଶ୍ୱାଳ (ଵେଙ୍ଗଲା) କିନ୍ତୁ ବିଜେଡ଼ିରେ ଅଛନ୍ତି ଏବଂ ରହିବେ ବୋଲି କହିଛନ୍ତି। ତେବେ ଆଗକୁ ଚୌଦ୍ୱାର -କଟକ ନିର୍ବାଚନ ମଣ୍ଡଳୀରେ ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦି ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ଓ ତାଙ୍କ କର୍ମୀମାନେ ସହଯୋଗ କରୁଛନ୍ତି ନାଁ ବିରୋଧ କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା।
