ନିରାକାରପୁର, ୨୯/୦୨/୨୦୨୪ (ଓଡ଼ିଶା ସମାଚାର)- ନିରାକାରପୁର ନିକଟସ୍ଥ ଡିଆ ପଂଚାୟତ ଅନ୍ତର୍ଗତ କାଶିପୁର ଗ୍ରାମ ଠାରେ ସିପିଆଇ (ଏମ) ର ବ୍ଳକ ସ୍ତରୀୟ କର୍ମୀ ସମ୍ମିଳନୀ ସଂପାଦକ ଲକ୍ଷ୍ମଣ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନ ରେ ପ୍ରାର୍ଥୀତ୍ବ ସଂପର୍କ ରେ ଆଲୋଚନା କରିଥିଲେ। ରାଜ୍ୟ ର ରାଜନୈତିକ ପରିସ୍ଥିତି ଉପରେ ସମସ୍ତେ ମନ୍ତବ୍ୟ ରଖିଥିଲେ। ଜିଲ୍ଲା ସଂପାଦକ ଅନନ୍ତ ଚରଣ ମଙ୍ଗରାଜ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ପାଇଁ ଗିରିଶ ମହାରଣା ଓ ଭୁବନେଶ୍ୱର ଲୋକସଭା ମଣ୍ଡଳୀ ପାଇଁ ସୁରେଶ ପାଣିଗ୍ରାହୀ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଥିଲେ। ଏହି ଅବସରରେ ନିର୍ବାଚନ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଆବାହକ ଭାବେ ଲକ୍ଷ୍ମଣ ବେହେରା ଓ ଯୁଗ୍ମ ଆବାହକ ଭାବେ ବୀରେନ ସାହୁ ଙ୍କୁ ମନୋନୀତ କରାଯାଇଥିଲା। ସଭ୍ୟ ଭାବେ ବିଭୁତି ଭୁଷଣ ପ୍ରଧାନ,ବ୍ରଜ କିଶୋର ଜେନା, ରବିନ୍ଦ୍ର କୁମାର ମାନସିଂହ, ନୃସିଂହ ଦଳାଇ, ଜୟକୃଷ୍ଣ ବେହେରା, ସୌମ୍ୟରଞ୍ଜନ ପ୍ରଧାନ, ବ୍ରହ୍ମାନନ୍ଦ ମଲିକ, ସର୍ବେଶ୍ଵର ଶତୃଶଲ୍ୟ,ଶରତ ପରିଡ଼ା, ହୃଷୀକେଶ ପଲାଇ, ସର୍ବେଶ୍ଵର ଜେନା, ବିଧୁଭୁଷଣ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।