କଟକ ସଦର,୨୫/୦୫/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ବିଜେଡ଼ି ରାଜନୀତିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି। ବିଜେଡ଼ି ର ରାଜ୍ୟସଭା ସାଂସଦ, ତିନି ଥରର ବିଧାୟକ, କଟକ ଜିଲ୍ଲା ର ପୂର୍ବତନ ବିଜେଡି ସଭାପତି, ବିଶେଷକରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଅନ୍ତରଙ୍ଗ ବନ୍ଧୁ କୁହାଯାଉଥିବା ଦେବାଶିଷ ସାମନ୍ତରାୟ ଓରଫ ଋଷି ସାମନ୍ତରାୟ ଆଜି ସୋମବାର ଦିନ ବିଜେଡ଼ି ରୁ ଇସ୍ତଫା ଦେଇଥିବା ଜଣାପଡିଛି।
ସେହିପରି ଦେବାଶିଷ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିଥିବା ଅନ୍ୟ ଏକ ଖଵରରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେଡ଼ି ପକ୍ଷରୁ ଦିଆଯାଇଥିବା ରାଜ୍ୟ ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ପଦକୁ ଦେବାଶିଷ ସାମନ୍ତରାୟ ପ୍ରତ୍ୟାଖ୍ୟାନ କରିଥିଲେ। ଦେବାଶିଷଙ୍କ ଇସ୍ତଫା ର ପ୍ରଭାବ କଟକ ସମେତ ତିର୍ତ୍ତୋଲ ଓ ପାରାଦୀପ ରାଜନୀତି ରେ ବିଶେଷ ଭାବେ ଅନୁଭୁତ ହେବ ବୋଲି ଆକଳନ କରାଯାଉଛି। ତେବେ ଦେବାଶିଷ ବିଜେପି କୁ ଯାଇଁ ପୁଣି ରାଜ୍ୟସଭାକୁ ଯିବା ସମ୍ଭାବନା ଅଧିକ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି।

