କିଶନନଗର ଡାକ୍ତରଖାନାକୁ ସ୍ଥାୟୀ ଡାକ୍ତର ମିଳିଲା, ସାଧାରଣରେ ଆଶ୍ୱସ୍ତି

କଟକ ସଦର,୨୮/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ପ୍ରମୁଖ କିଶନନଗର ଡାକ୍ତରଖାନାକୁ ଜନୈକ ସ୍ଥାୟୀ ଡାକ୍ତର ନିଯୁକ୍ତି ମିଳିଥିବା ଓଡି଼ଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ରୁ ଜଣାପଡିଛି। ଏଠାରେ ଦୀର୍ଘ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଡାକ୍ତର ଵଞ୍ଜୁ ମାରାଣ୍ଡିଙ୍କର କଟକ ହାଇକୋର୍ଟ ଡିସପେନସାରୀ କୁ ବଦଳି ହୋଇ ଯାଇଥିବା ବେଳେ ଏଠାରେ ଅସ୍ଥାୟୀ ଭାବେ ଛଅ ମାସ ହେଲା ଡାକ୍ତର ସୁଜିତ୍ ମିଶ୍ର ସେବା ଯୋଗାଇ ଆସୁଥିଲେ। ହେଲେ ଡା଼କ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱ ଦୃଷ୍ଟିରୁ ଏଠାରେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଆସୁଥିଲା। ଏହି ପରିପ୍ରେକ୍ଷୀରେ ଏଠାରେ ସରକାର ଡାକ୍ତର ସାରଦା ପ୍ରସାଦ ସ୍ୱାଇଁଙ୍କୁ ସ୍ଥାୟୀ ଡାକ୍ତର ଭାବେ ନିଯୁକ୍ତି ଦେଇଥିବାରୁ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି।

 

Leave a Reply

Your email address will not be published. Required fields are marked *