ବିନାୟକ ସ୍କୁଲରେ ଖାଦ୍ୟ ମେଳା : ୬୦ ଟି ଷ୍ଟଲ ରେ ଖାଦ୍ୟ ପ୍ରଦର୍ଶିତ

ଭୁବନ,୨୮/୧୧/୨୦୨୬(ଓଡ଼ିଶା ସମାଚାର) – ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶନିବାର ଖାଦ୍ୟ ମେଳା  ( ଫୁଡ୍ କାର୍ନିଭାଲ ) ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଛାତ୍ର ଛାତ୍ରୀ ମାନଙ୍କ ମା ମାନେ ବରା, ଇଟିଲି,ଘୁଗୁନି, ପୋଡ଼ ପିଠା,ଦହିବରା, ଆଳୁଦମ୍, କାକରା, ମୋମୋ,କଟଲେଟ , ଚାଉମିନ ଇତ୍ୟାଦି ଖାଦ୍ୟ ଘରେ ପ୍ରସ୍ତୁତ କରି ଆଣିଥିଲେ । ସମୁଦାୟ ୬୦ ଟି ଷ୍ଟଲ ରେ ଖାଦ୍ୟ  ପ୍ରଦର୍ଶିତ ହୋଇଥିଲା । ଭୁବନ ଗୋଷ୍ଠୀ ଶିକ୍ଷାଧିକାରୀ ଆକାଂକ୍ଷିତା  ପ୍ରିୟଦର୍ଶନୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷାଧିକାରୀ ସୁମତି ପ୍ରଧାନ,ପରିଚାଳନା କମିଟି ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ଅଗ୍ରୱାଲ,ସଦସ୍ୟ ଭାଗବତ ସାହୁ,ମୁଖ୍ୟ ଉପଦେଷ୍ଟା ନରହରି ସାହୁ ସମ୍ମାନିତ ଅତିଥି ଏବଂ ସମ୍ପାଦକ ସମୀର କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ଉନ୍ନତ ମାନର ତଥା ସ୍ୱାଦିଷ୍ଟ ଖାଦ୍ୟ ସମ୍ଭାର କୁ ମୂଲ୍ୟାୟନ କରି ଉଚ୍ଚ ପ୍ରଶଂସା କରିବା ସହ ପୁରସ୍କାର ବିତରଣ କରିଥିଲେ । ଶିକ୍ଷୟିତ୍ରୀ ସ୍ଵପ୍ଲିନା ପ୍ରିୟଦର୍ଶନୀ ବର୍ଦ୍ଧନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଖାଦ୍ୟମେଳା ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ  ଅଭିଭାବକଙ୍କ ସମେତ ବହୁ ଆଗନ୍ତୁକ ଖାଦ୍ୟର ମଜା ନେଇଥିଲେ ।

Leave a Reply

Your email address will not be published. Required fields are marked *