ଚାଉଳ ଯୋଗାଣରେ ଅହେତୁକ ବିଳମ୍ବ କୁ ନେଇ ଖାଉଟି ହନ୍ତସନ୍ତ 

କଟକ ସଦର,୧୩/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଖାଦ୍ୟ ସୁରକ୍ଷା ଆଇନ ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀଙ୍କୁ ଅହେତୁକ ବିଳମ୍ବରେ ଯୋଗାଇ ଦିଆଯାଉଥିବା ଚାଉଳକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ କଟକ ସଦର ବ୍ଲକରେ ଆଗ ୬୦ ଭାଗ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ୪୦ ଭାଗଙ୍କୁ ଅହେତୁକ ବିଳମ୍ବରେ ଯୋଗାଇ ଦିଆଯାଉଛି।

ସେଥିରେ ଏହି ପ୍ରକ୍ରିୟାରେ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ୬୦ ଭାଗ ଖାଉଟିଙ୍କୁ ଏକ ମାସ ହେଲା ବଣ୍ଟନ କରାଯାଇଥିଲା ବେଳେ ଅବଶିଷ୍ଟଙ୍କୁ କେବେ ଦିଆଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ରାଜ୍ୟ ସରକାର ଖାଉଟି ମାନଙ୍କୁ ଦୁଇଟି ସମୟରେ ଏକକାଳୀନ ଖାଦ୍ୟ ସୁରକ୍ଷା ଆଇନ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *