ବିଦ୍ୟାଳୟ ପରିଚାଳନା କମିଟି ଗଠନ 

ଭୁବନ,୧୩/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି। ବିଦ୍ୟାଳୟରେ ୧୦୦ ରୁ କମ ଛାତ୍ରଛାତ୍ରୀ ପଢ଼ୁଥିବାରୁ ୧୫ ଜଣିଆ କମିଟି ଗଠନ କରାଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ମାୟାଧର ଦେହୁରୀ, ଉପାଧ୍ୟକ୍ଷ ଭାବରେ ଭାରତୀ ଦେହୁରୀ ମନୋନୀତ ହୋଇଥିବା ବେଳେ ପଙ୍କଜିନୀ ମହାନ୍ତ,ଚନ୍ଦନୀ ଦେହୁରୀ, ଜୟମୁନୀ ଦେହୁରୀ, ରୂପାଲି ବେହେରା, ପାର୍ବତୀ ଦାସ,ନିର୍ମଳ ମହାରଣା,ଶିବୁ ସୋରେନ, ଧନେଶ୍ଵର ମୁଣ୍ଡା, ବିଶ୍ବନାଥ ଚାତାର ସଭ୍ୟ/ସଭ୍ୟା ଭାବେ ମନୋନୀତ ହୋଇଥିଲେ ।

ଓ୍ବ।ର୍ଡ ସଭ୍ୟ ମୋହନ ଦେହୁରୀ ,ଅଙ୍ଗନବାଡି କର୍ମୀ ନିରୂପମା ଦେହୁରୀ,ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ସମ୍ପାଦକ ଭାବେ କାର୍ଯ୍ୟ କରିବେ । ପର୍ଯ୍ୟବେକ୍ଷକ ଭାବେ ବିରାଶାଳ କ୍ଲଷ୍ଟରର ସିଆରସିସି ସୁଶୀଲ କୁମାର ନାୟକ ଓ ରହଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଦେହୁରୀ ଯୋଗଦେଇଥିଲେ।

ସମସ୍ତ ସଭ୍ୟସଭ୍ୟାଙ୍କୁ ଶପଥ ପାଠ କରାଯିବା ସହ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟଟି ପ୍ରାଥମିକ ବିଦ୍ୟାଳୟରୁ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହେବାକୁ ଯାଉଥିବାରୁ ସଭ୍ୟସଭ୍ୟାମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ସାଲମୋହନ କାଣ୍ଡୁଲୁନା, ଅଜିତ ମହାରଣା, କୁନ୍ତଳା ଦେହୁରୀ,ଜହ୍ନ ଦେହୁରୀ, ଶକୁନ୍ତଳା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *