ବଦଳିଲେ ବାରଙ୍ଗ ଥାନା ଅଧିକାରୀ ନିରଞ୍ଜନ ବେହେରା 

                                                                  ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଵିଵାଦ

କଟକ ସଦର,୩୧/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୁଲିସର ତଦନ୍ତ ପାଇଁ ଆସି ଅସୁସ୍ଥ ହୋଇଥିବା ବାରଙ୍ଗ ଥାନା ଅନ୍ତର୍ଗତ ଚଣ୍ଡୀପ୍ରସାଦ ଗାଁର ରାକେଶ ବେହେରା ଗୁରୁତର ଅବସ୍ଥାରେ ଏବେ କଟକ ବଡ଼ ମେଡ଼ିକାଲର ସିଟିଭିଏସ୍ ବିଭାଗରେ ‘ଏକମୋ ସପୋର୍ଟ’ରେ ଥିବା ବେଳେ ଏହାକୁ ପୋଲିସ ର ମାତ୍ରାଧିକ ଥାର୍ଡ ଡିଗ୍ରୀ ର ପରିଣାମ ବୋଲି ଅଭିଯୋଗ ହେଉଛି। ଏଥିପାଇଁ ଲୋକମାନେ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି  ଥାନା ଘେରାଉ କରିବା ସହିତ ରାସ୍ତାରୋକ ଆନ୍ଦୋଳନ କରିଥିଲେ।

ଵିଶ୍ୱରଞ୍ଜନ ନାୟକ
ନିରଞ୍ଜନ ବେହେରା

ଉକ୍ତ ଘଟଣାରେ କଟକ ଡିସିପି ରିଷିକେଶ ଖିଲାରୀ କହିଥିଲେ ଯେ ରାକେଶ ଙ୍କ ଉପରେ ପୋଲିସର ନିର୍ଯାତନା ହୋଇନାହିଁ ତାଙ୍କର ପୂର୍ବରୁ ଥିବା ସ୍ୱାସ୍ଥ୍ୟବସ୍ଥା ଥାନାରେ ଅଧିକ ବିଗିଡିଵାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ହେଲେ ଆଜି ରବିବାର ଦିନ ତରବରିଆ ଭାବେ ବାରଙ୍ଗ ଥାନା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ଡିସିପି ଵଦଳି କରି ତାଙ୍କ କାର୍ଯ୍ୟାଳୟକୁ ନେଇଯିବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କ ସ୍ଥାନରେ ପୁରୀଘାଟ ଥାନା ଅଧିକାରୀ ଵିଶ୍ୱରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ବରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *