ଜନ୍ମମାଟିରେ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୮ ତମ ଜୟନ୍ତୀ ପାଳିତ

ନିଶ୍ଚିନ୍ତକୋଇଲି,୧୩/୦୭/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ମହିମାନ୍ବିତ କରିବାରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୀବନବ୍ୟାପୀ ଅବଦାନ ଅବିସ୍ମରଣୀୟ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଛନ୍ତି  । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର,ଗୌରୀଶଙ୍କରଙ୍କ ତ୍ୟାଗ ଓ ସଂଘର୍ଷର ଇତିହାସ କୋଟିକୋଟି ଓଡ଼ିଆଙ୍କୁ ଗର୍ବିତ କରିପାରିଛି  ।  ଏହି କ୍ରାନ୍ତିଦ୍ରଷ୍ଟା ପୁରୁଷଙ୍କ ୧୮୮ ତମ ଜନ୍ମ ଜୟନ୍ତୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ନିକଟସ୍ଥ ଦୀକ୍ଷିତପଡା ସରକାରୀ ବିଦ୍ୟାଳୟରେ ମାହାଙ୍ଗା ସାରସ୍ୱତ ସେବାମଞ୍ଚର ସଭାପତି ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶାରଦା ପ୍ରସାଦ ମିଶ୍ର, ସାହିତ୍ୟିକ ବିରୁପାକ୍ଷ ରାୟ, ସାହିତ୍ୟିକ ଅଖିଳେଶ ମହାନ୍ତି, ପ୍ରକାଶକ ଚନ୍ଦ୍ରମଣି ଭୂୟାଁ,ପ୍ରଧାନଶିକ୍ଷୟିତ୍ରୀ ସୁଧାଂଶୁ ମାଳିନୀ ଓଝା, ଶିକ୍ଷୟିତ୍ରୀ ଦମୟନ୍ତୀ ସ୍ୱାଇଁ, ଯୁଗଜ୍ୟୋତି ଖଟୁଆ,ସାମ୍ବାଦିକ ଉମାଶଙ୍କର ସାହୁ,ଅସିତ ସାମଲ ପ୍ରମୁଖ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ସାହୁ,ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କର୍ମବୀର ଗୌରୀଶଙ୍କର ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *