କଟକ ସଦର, ୦୫/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ରେ ମାତ୍ର ଗୋଟିଏ ବର୍ଷ ରହଣି ମଧ୍ୟରେ ବିବାଦୀୟ ହୋଇପଡିଥିବା ପୂର୍ବତନ ବିଡ଼ିଓ ରୁମନା ଜାଫ୍ରି ଙ୍କୁ ଗତମାସ ୨୭ ତାରିଖ ରେ ଅନ୍ୟତ୍ର ଵଦଳି କରାଯାଇ ଥିବା ବେଳେ ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ର ନିର୍ଦେଶିକା ଅନୁସାରେ ତାଙ୍କୁ କଟକ ଜିଲ୍ଲା ପ୍ରଶାସନ ୨୯ ତାରିଖ ରେ ରିଲିଭ୍ କରିଦେଇଥିଲେ। ହେଲେ ଏଠାକୁ କନ୍ଧମାଳ ଫୁଲବାଣୀ ରୁ ଵଦଳି ହୋଇ ଆସିବାକୁ ଥିବା ପ୍ରତୀକ ସାହୁ ଵଦଳି କୁ ସାତଦିନ ବିତିଯାଇଥିଲେ ବି ଆସିନଥିବା ଜଣାପଡିଛି। ଏଥିପାଇଁ ସଦର ଵ୍ଲକରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ପ୍ରତୀକ ସାହୁ ଙ୍କର କେହି ରିଲିଭର ନଥିବାରୁ ସିଏ କାହାକୁ ଦାୟିତ୍ଵ ହସ୍ତାନ୍ତର ନକରି ରିଲିଭ୍ ହୋଇପାରୁନଥିଵା ଜଣାପଡିଛି। ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ସାତଦିନ ପୁରିଲା, କଟକ ସଦର ଵ୍ଲକରେ ଵିଡିଓ ପଦବୀ ଖାଲି, ସମସ୍ୟା ବଢୁଛି
