ପୌର ନିର୍ବାଚନ ପାଇଁ ଓ, ଜେ, ସି, ପକ୍ଷରୁ ବ୍ୟାସନଗର ରେ ସାଙ୍ଗଠନିକ ସମ୍ମିଳନୀ   

ବ୍ୟାସନଗର,୧୨/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ୧୨ତାରିଖ ବ୍ୟାସନଗର ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ସ୍ଥାନୀୟ ବ୍ୟାସଦେବ ଟାଉନ ହଲ ଠାରେ ପୌର ପରିଷଦ ନିର୍ବାଚନ କୁ ଆଖିଆଗରେ ରଖି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀ କୁ ରାଜ୍ୟ ସଭାପତି ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି କହିଲେ ବି, ଜେ, ଡି, ଦୀର୍ଘ ଦିନ ଧରି ଶାସନ ରେ ରହି ଥିଲେ ମଧ୍ୟ ପୌରାଞ୍ଚଳ ର ଲୋକଙ୍କ ସର୍ବନିମ୍ନ ସମସ୍ୟା ପ୍ରତି ଗୁରୁତ୍ୱ ନ ଦେବା  ଓ ବି ଜେ ପି ୨ ବର୍ଷ ମଧ୍ୟରେ ଠିକ ସେହିପରି ସ୍ୱରାଜ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ଭୂମିହୀନଙ୍କୁ ପଟ୍ଟାପ୍ରଦାନ ନ କରିବା ଯୋଗୁ ସହରାଞ୍ଚଳ ରେ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ଧରି ଶାସନ କରୁଥିବା ଦଳ ଯୁବକ ମାନଙ୍କୁ ରାଜନୀତି କ୍ଷେତ୍ରରେ ଅଣଦେଖା କରିଥିବା ଘଟଣା କୁ ନିନ୍ଦା କରିବା କରିବା ସହ ଓ, ଜେ ସି, ଆଗାମୀ ଦିନରେ ଲୋକ ଙ୍କ ମୌଳିକ ସମସ୍ୟା କୁ ନେଇ ଲଢେ଼ଇ କରିଵା ସହିତ ଆଗାମୀ ଦିନରେ ପୌରନିର୍ବାଚନ ଏକାକୀ ଲଢ଼ିବା ବୋଲି ଶ୍ରୀ ମୋକିମ ଆର ପାର ଲଢେ଼ଇ ପାଇଁ ଘୋଷଣା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ନିକୁଜ ପଶାୟତ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ପ୍ରଦୀପ କୁମାର ପ୍ରଧାନ, ନରେଶ କୁମାର ମହାନ୍ତି, ସଂଗ୍ରାମ କିଶୋର ମାଝୀ,ରଂଜିତା ରାଉତ ଯାଜପୁର ଜିଲ୍ଲା ପ୍ରଭାରୀ ନଜ଼ବୂର ରେହେମନ ଖାନ, ସୋମନାଥ ରାଉତ ,ଓ ଜେ ସି ନେତା ଅନିଲ କୁମାର ବେହୁରା ଦିପକ ପରିଡା ପ୍ରମୁଖ ବ୍ୟାସନଗର ର ଯୁବକ ଓ ମହିଳା ମାନଙ୍କ ଅଂଶଗ୍ରହଣ କୁ ଭୁରିୟସୀ ପ୍ରଶଂସା କରିଥିଲେ, ସଭାର ପ୍ରାରମ୍ଭ ରେ ଯୁବ ଓ,ଜେ,ସି ନେତା ମନୋରଞ୍ଜନ ନାୟକ ସୁମନ ସାମଲ ସେକ ବଦ୍ରିଉଦ୍ଦିନ ଅତିଥି ପରିଚୟ ଓ ପୌରାଞ୍ଚଳ ର ସମସ୍ୟା ସମ୍ପର୍କ ରେ ଉପସ୍ଥାପନା କରିଥିଲେ ଓ ସ୍ଥାନୀୟ ଶିଶୁ କଳାକାର ମାନଂକୁ ନେଇ ଗୁରୁ ପ୍ରଭାତ ମହାପାତ୍ର ଦ୍ୱାରା ଗୀତ ଓଡିଶୀନୃତ୍ୟ ପରିବେଷଣ କରିଥିଲେ ଶେଷରେ ପ୍ରଦୀପ କୁମାର ସେଠି ଧନ୍ୟବାଦ ପ୍ରସ୍ଥାପ ରଖିଥିଲେ

Leave a Reply

Your email address will not be published. Required fields are marked *