କଟକ ସଦର,୨୬/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ପ୍ରଦେଶ କଂଗ୍ରେସ କମିଟି ର ସୁପାରିସ କ୍ରମେ ଆଜି ଶୁକ୍ରବାର ଦିନ ଅଖିଳ ଭାରତ କଂଗ୍ରେସ କମିଟି ର ଅନୁମୋଦନ ଅନୁଯାୟୀ ରାଜ୍ୟର ଜିଲ୍ଲା ସଭାପତି ଙ୍କ ନାଁ ଘୋଷଣା କରାଯାଇଥିବା ଜଣାପଡିଛି।


ଏହି ପରିପ୍ରେକ୍ଷୀରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ, ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଞ୍ଚାୟତ ଦାମୋଦରପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ କୁମାର ଦାସ(ବୁଲୁ) ଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ମନୋନୀତ କରାଯାଇଥିଵା ଜଣାପଡିଛି।
ସେହିପରି କଟକ ନଗର ଜିଲ୍ଲା ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିଵାଳା ବେହେରା ମନୋନୀତ ହୋଇଥିବା ଜଣାଯାଇଛି। ଦୀର୍ଘ ଦିନର ଅପେକ୍ଷା ଓ କଳ୍ପନା ଜଳ୍ପନା ର ଅବସାନ ଘଟାଇ ଏମାନଙ୍କ ନାଁ ଘୋଷଣା ହୋଇ ଥିଵାରୁ ଜିଲ୍ଲା ଓ ନଗର କଂଗ୍ରେସ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।
