ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଜଣାଇଲେ ଶୁଭେଛା
ନୂଆଦିଲ୍ଲୀ/ ଭୁବନେଶ୍ୱର,୧୨/୦୭/୨୦୨୬(ଓଡ଼ିଶା ସମାଚାର)- ଆନ୍ତର୍ଯ୍ୟାତିକ ଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣାରେ ଗଢ଼ି ଉଠିଥିବା ଗୁରୁଗ୍ରାମସ୍ଥିତ “ସାଇ କା ଆଙ୍ଗନ” ରେ ଗତ ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ପର୍ବ ଜୋରସୋର ରେ ଚାଲିଛି ।ପବିତ୍ର ଅକ୍ଷୟ ତୃତୀୟା ଦିନ ଗୁରୁଜୀଙ୍କ କର କମଳରେ ରଥ କାଠ ଅନୁକୂଳ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତିୟା ତିଥି ଜୁଲାଇ ୧୬ ତାରିଖ ଦିନ ଏଠାରେ ପାରମ୍ପରିକ ରୀତି ନୀତି ଅନୁସାରେ ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ।
ଦିଲ୍ଲୀ ଓ ହରିୟାନା ରାଜ୍ୟର ସୀମାନ୍ତ ରେ ଅବସ୍ଥିତ ଗୁରୁଗ୍ରାମ ଏକ ହାଇଟେକ୍ ସହରରେ ପରିଣତ ହୋଇଛି । ପଂଜାବ, କାଶ୍ମିର ପଶ୍ଚିମବଂଗ, ବିହାର , ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ବହୁ ପ୍ରବାସୀ ଏଠାରେ ବସବାସ କରୁଛନ୍ତି ।ରଥଯାତ୍ରା ଉତ୍ସବ ଏଠାକାର ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ସୂଚନା ଯୋଗ୍ୟ କି ଗୁରୁଜୀଙ୍କ ପ୍ରେରଣାରେ ଗତ ଦୁଇ ବର୍ଷ ଧରି ଏଠାରେ ରଥ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି ।
ଆନ୍ତର୍ଯ୍ୟାତିକ ଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣାରେ ଗୁରୁଗ୍ରାମସ୍ଥିତ “ସାଇ କା ଆଙ୍ଗନ” ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ଜାଣି ଖୁସି ବ୍ୟକ୍ତ କରି ଶୁଭେଛା ଜଣାଇଛନ୍ତି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ । ଶୁଭେଛା ପତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲେଖିଛନ୍ତି କି – ଏହି ଉତ୍ସବ ବିଭିନ୍ନ ସମ୍ପ୍ରଦାୟକୁ ଭକ୍ତି, ଶାନ୍ତି ଏବଂ ସଦ୍ଭାବନାର ଏକ ସମାନ ଭାବନାରେ ଏକାଠି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଆମର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟର ଏକ ଚମତ୍କାର ପ୍ରତୀକ।
ପ୍ରଭୁମାନେ ସମଗ୍ର ମାନବଜାତିକୁ ଆଶୀର୍ବାଦ କରିବା ପାଇଁ ସେମାନଙ୍କର ଗର୍ଭଗୃହରୁ ବାହାରକୁ ପାଦ ଦେବା ସମୟରେ, ଏହା ଆମକୁ ମନେ ପକାଇ ଦିଏ ଯେ ଦିବ୍ୟତା ପ୍ରତ୍ୟେକଙ୍କର, ଜାତି, ଧର୍ମ ଏବଂ ଜାତୀୟତାର ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ଜୀବନକୁ ସ୍ୱାସ୍ଥ୍ୟ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ କରୁ ଏବଂ ଆମ ସମାଜକୁ ଅଧିକ ଏକତା ଏବଂ ପ୍ରଗତି ଆଡ଼କୁ ମାର୍ଗଦର୍ଶନ କରୁ। ଗୁରୁଗ୍ରାମର ସାଇ କା ଅଙ୍ଗନରେ ରଥଯାତ୍ରାର ସନ୍ଦିଗ୍ଧ ଅବସରରେ ମୁଁ ସମସ୍ତ ଭକ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଶୁଭକାମନା ଜଣାଉଛି।
ସେରିପରି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଶୁଭେଛା ପତ୍ରରେ ଲେଖିଛନ୍ତି କି ରଥଯାତ୍ରା (କାରଫେଷ୍ଟିଭାଲ) ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରେ ଏବଂ ପ୍ରେମ, ବନ୍ଧୁତା, ଭାଇଚାରା ଏବଂ ସମାନତାର ବାର୍ତ୍ତା ମଧ୍ୟ ପ୍ରସାର କରେ। ମୁଁ ଜାଣି ଖୁସି ଯେ ସମ୍ମାନୀୟ ଚନ୍ଦ୍ରଭାନୁ ସତପଥୀ ଜୀଙ୍କ ମାର୍ଗଦର୍ଶନରେ ସାଇ କା ଅଙ୍ଗନ, ଗୁରୁଗ୍ରାମରେ ଆୟୋଜିତ ହେଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରତ୍ୟେକ ଜୀବନକୁ ଶାନ୍ତି, ଆନନ୍ଦ ଏବଂ ଦିବ୍ୟତାରେ ପରିପୂର୍ଣ୍ଣ କରୁ।
