ଅବକ୍ଷୟମୁଖୀ କଟକ ସଦର ନିର୍ବାଚନମଣ୍ଡଳୀକୁ ରକ୍ଷା କରିବାକୁ ଶିଵ ମନ୍ଦିରରେ ବିଜେଡ଼ି ର ଦୀପଦାନ

କଟକ ସଦର,୦୧/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀ ଏଵେ ଅବକ୍ଷୟ ଆଡକୁ ଅଗ୍ରସର ହେଉଥିବା ଅଭିଯୋଗ କରି କଟକ ସଦର ବିଜେଡ଼ି ଆଜି ଶୁକ୍ରବାର ଦିନ ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ଙ୍କ ଶରଣାପନ୍ନ ହୋଇ ଏହାକୁ ରକ୍ଷା କରିବା ପାଇଁ ମନ୍ଦିର ରେ ସମୁହ ଦୀପଦାନ କରିଥିବା ଜଣାଯାଇଛି।

ଏଥିରେ ପୂର୍ବତନ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର ଙ୍କ ସମେତ ଶରତ ରାୟ,ସମର ବେହେରା, ହିମାଂଶୁ ଦାସ,ଲାଡେନ୍, ଶ୍ରୀକାନ୍ତ ଦାସ, ଚିତ୍ତରଞ୍ଜନ ବେହେରା,ମିଲନ ଖୁଣ୍ଟିଆ, ଶାରଦା ପ୍ରସନ୍ନ ସ୍ୱ।ଇଂ, ଭିକାରୀ ବେହେରା ପ୍ରମୁଖ ଅନେକ ବିଜେଡ଼ି ନେତା ସାମିଲ ହୋଇଥିଲେ। ଆଗକୁ ମସଜିଦ ରେ ମଧ୍ୟ ଏହିଭଳି ଗୁହାରି କରାଯିବ ବୋଲି ଯୁବ ବିଜେଡ଼ି ନେତା ହିମାଂଶୁ ଦାସ କହିଛନ୍ତି। ହେଲେ ବିଜେଡ଼ି ର ଏଭଳି ଠାକୁରଙ୍କ ଶରଣାପନ୍ନ ହେବା ଶସ୍ତା ରାଜନୀତି ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *